www.samajalive.in
Thursday, December 11, 2025
16.1 C
Bhubaneswar

ପିଲାଙ୍କର ପାଠପଢାରେ ଉନ୍ନତି ଓ ଏକାଗ୍ରତା ବୃଦ୍ଧି କରିଥାଏ ଏହି ବାସ୍ତୁ ଟିପ୍ସ

ବହୁ ସମୟରେ ଏପରି ଦେଖାଯାଏ ଯେ ପିଲାମାନଙ୍କ ପାଠ ପଢାରେ ଯଥେଷ୍ଟ ମନ ଲାଗେ ନାହିଁ ବା ପାଠ ମନେ ରହେ ନାହିଁ। ଏହାର କାରଣ ଘରେ ଥିବା ବାସ୍ତୁ ଦୋଷ। ବାସ୍ତୁ ଦୋଷ କାରଣରୁ ସୃଷ୍ଟି ହେଉଥିବା ନକରାତ୍ମକ ଶକ୍ତି ପିଲାମାନଙ୍କ ଏକାଗ୍ରତାକୁ ନଷ୍ଟ କରିଥାଏ। ଫଳରେ ପିଲାଙ୍କର ପାଠପଢାରେ ମନ ଲାଗେ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ବାସ୍ତୁରେ କେତେକ ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ମାନିବା ଦ୍ୱାରା ପିଲାଙ୍କର ପାଠପଢାରେ ମନ ଲାଗିବା ସହ ଏକାଗ୍ରତା ବୃଦ୍ଧି ପାଇଁ ସହାୟକ ହେବ। ଜାଣନ୍ତୁ ଏହା ବିଷୟରେ….
ଯେଉଁ ବିଦ୍ୟାର୍ଥୀମାନଙ୍କ ପାଠ ମନେ ରଖିବା ପାଇଁ କଷ୍ଟକର ହେଉଛି ସେମାନେ ନିଜ ପାଖରେ କର୍ପୂର କିମ୍ବା ଫିଟିକିରି ରଖନ୍ତୁ। ଏହା ନକରାତ୍ମକ ଶକ୍ତିକୁ ଦୂର କରିଥାଏ।
ନିୟମିତ ଚନ୍ଦନର ଟିକା ଲଗାନ୍ତୁ। ଏପରି କରିବା ଦ୍ୱାରା ମନ ଶାନ୍ତ ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ପିଲାଙ୍କୁ ତୁଳସୀର ୧୧ଟି ପତ୍ରର ରସ ସହ ମିଶ୍ରି ମିଶାଇ ଦିଅନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ପିଲାମାନେ ଅଧ୍ୟୟନ କରିବା ସମୟରେ ଜୋତା , ମୌଜା ପିନ୍ଧନ୍ତୁ ନାହିଁ।
ବୁଧବାର ଦିନ ବିଦ୍ୟାର୍ଥୀମାନେ ବେସନରେ ପ୍ରସ୍ତୁତ ଲଡ଼ୁ ଭଗବାନ ଗଣେଶଙ୍କ ନିକଟରେ ଭୋଗ ଲଗାନ୍ତୁ। ଏହାଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ମିଳିଥାଏ।
ପିଲାଙ୍କ କକ୍ଷରେ ନିମପତ୍ରର ଏକ ଡ଼ାଳ ଲଗାଇ ଦିଅନ୍ତୁ। ଏହାଦ୍ୱାରା କକ୍ଷର ବାତାବରଣ ଶୁଦ୍ଧ ରହିଥାଏ ଓ ଏକାଗ୍ରତା ବୃଦ୍ଧି ପାଇଥାଏ।
ପିଲାଙ୍କ କକ୍ଷରେ ମା’ସରସ୍ୱତୀଙ୍କ ଫଟୋ ଲଗାନ୍ତୁ। ଏହାସହ ମା’ଙ୍କ ନିକଟରେ କର୍ପୂର ଓ ଘିଅ ଦୀପ ଲଗାନ୍ତୁ।
ପଢା କକ୍ଷରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ପଢିବା ସମୟରେ ପିଲାଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ହେବା ଉଚିତ।
ନିୟମିତ ଗାୟତ୍ରୀ ମନ୍ତ୍ର ପ୍ରାର୍ଥନା କରିବା ଦ୍ୱାରା ପିଲାଙ୍କ ମନ ଶାନ୍ତ ଓ ଏକାଗ୍ରତା ବୃଦ୍ଧି ପାଇଥାଏ।
ଯେଉଁଠାରେ ପିଲାମାନେ ପାଠ ପଢୁଛନ୍ତି ସେଠାରେ ସୂର୍ଯ୍ୟଙ୍କ ରଶ୍ମୀ ପଡ଼ୁଥିବା ନିତ୍ୟାନ୍ତ ଆବଶ୍ୟକ।
ପାଠ୍ୟପୁସ୍ତକରେ ଗୁରୁବାର ମୟୂରପୁଚ୍ଛ ରଖନ୍ତୁ।
ପିଲାଙ୍କ କକ୍ଷରେ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଫଟୋ ଲଗାନ୍ତୁ। ପଢା ଟେବୁଲରେ ଖାଦ୍ୟ ସାମଗ୍ରୀ ରଖନ୍ତୁ ନାହିଁ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories