ଆବଶ୍ୟକ ସାମଗ୍ରୀ
ବିସ୍କୁଟ – ଆବଶ୍ୟକ ପରିମାଣରେ
ଥଣ୍ଡା କ୍ଷୀର – ୧ ଗ୍ଲାସ
ଭ୍ୟାନିଲା ଆଇସକ୍ରିମ – ୧କପ
ଚକଲେଟ ସିରପ – ୨ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବିସ୍କୁଟକୁ ପେଷି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଏହି ପେଷା ହୋଇଥିବା ବିସ୍କୁଟ ଏଥିରେ ଥଣ୍ଡା କ୍ଷୀର , ଭ୍ୟାନିଲା ଆଇସକ୍ରିମ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ଏଥିରେ ଚକଲେଟ ସିରପ ପକାଇ ପୁଣି ଭଲ ଭାବେ ପେଷି ଦିଅନ୍ତୁ। ଏହାକୁ ଏକ କାଚ ଗ୍ଲାସକୁ କାଢି ଏହା ଉପରେ ଅଳ୍ପ ଚକୋଲେଟ ସିରପ, ଆଇସକ୍ରିମ, କିଛି ଛୋଟ ବିସ୍କୁଟ ଖଣ୍ଡ, କାଜୁ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବିସ୍କୁଟ ମିଲ୍କ ସେକ।
ବିସ୍କୁଟ ମିଲ୍କ ସେକ
Popular Categories



