ସେନା କ୍ୟାଣ୍ଟିନରେ ପକୁଡ଼ି, ପୁରି ମନା

0

ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ବିପିନ ରାୱତ୍‍ ସେନା କ୍ୟାଣ୍ଟିନରେ ପ୍ରସ୍ତୁତ ହେଉଥିବା ପକୁଡ଼ି, ପୁରି ଆଦି ଖାଦ୍ୟ ସାମଗ୍ରୀ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ବଦଳରେ ପୁଷ୍ଟିକର ଖାଦ୍ୟ ସେନା କ୍ୟାଣ୍ଟିନରେ ପ୍ରସ୍ତୁତ କରିବାକୁ ଶ୍ରୀ ରାୱତ ପରାମର୍ଶ ଦେଇଛନ୍ତି। ସେନା ପ୍ରମୁଖଙ୍କ ଏଭଳି ଲିଖିତ ନିର୍ଦେଶ ଭାରତୀୟ ସେନାର ସମସ୍ତ ବିଭାଗରେ କାର୍ଯ୍ୟକାରୀ ହେବ। ଏହି ନିର୍ଦେଶକୁ ଅବମାନନା କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ସେନା ଅଧୀନରେ ଥିବା ସମସ୍ତ ବିଭାଗରେ କାର୍ଯ୍ୟରତ ପଦାଧିକାରୀ ଦୁର୍ନୀତି ଅଥବା ଚାଟୁକାରିତାରେ ଲିପ୍ତ ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ଅବସରକାଳୀନ ଭତ୍ତା ବନ୍ଦ କରିବା ପରି କଠୋର ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ସେନା କ୍ୟାଣ୍ଟିନରେ ବିକ୍ରି ହେଉଥିବା ବିଦେଶୀ ମଦକୁ ବାହାରେ ବିକ୍ରି କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ରାୱତ ତାଙ୍କ ଲିଖିତ ନିର୍ଦେଶରେ ଉଲ୍ଲେଖ କରିଛନ୍ତି।

Leave A Reply