www.samajalive.in
Sunday, December 7, 2025
23.1 C
Bhubaneswar

ମିଳିତ ମଞ୍ଚର ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ଗତ ୫ ତାରିଖ ଦିନ ଫିରିଙ୍ଗିଆ ଠାରେ ନିରୀହ ଜନତାଙ୍କ ଉପରେ ଓଡ଼ିଶା ପୁଲିସର ଲାଠିମାଡ଼କୁ ବିରୋଧ କରି କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୨୮ ତାରିଖରେ ଫୁଲବାଣୀ ଠାରେ ବିରାଟ ପ୍ରତିବାଦ ସଭା ଓ ଶୋଭାଯାତ୍ରା ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କୁଇ ସମାଜ ସମନ୍ୱୟ ସମିତି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୧୧ ଦଫାକୁ ନେଇ ଏହି ଶୋଭାଯାତ୍ରା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିବା ବେଳେ ଯେଉଁ ୧୧ ଦଫା ଦାବି ରଖାଯାଇଛି ସେ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳକୁ ଆହୁରି ତିବ୍ରତର କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସମନ୍ୱୟ ସମିତିର ସଭାପତି ତଥା ମିଳିତ ମଞ୍ଚର ଉପଦେଷ୍ଟା ଲମ୍ବୋଦର କହଁର, ବରିଷ୍ଠ ଆଦିବାସୀ ନେତା ଭାସ୍କାର ପ୍ରଧାନ, ପୁଷାରା କହଁର,  ମନୋଜ ମଲିକ, ଉପଦେଷ୍ଟା ବିଷ୍ଣୁ ପ୍ରସାଦ ମିଶ୍ର, ମଞ୍ଚର ସାଧାରଣ ସଂପାଦକ ସତ୍ୟ ନାରାୟଣ ବେହେରା , ସଭାପତି ସମୀର ଘଟାଲ , କାର୍ଯ୍ୟକାରୀ ସଦସ୍ୟ ନିରଞ୍ଜନ ସାହୁ , ବିପ୍ରବର ସ୍ୱାଇଁ ,ତ୍ରିନାଥ ମାଝୀ , ମହେନ୍ଦ୍ର ଦିଗାଲ ବିନୋଦ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories