ପୂର୍ବ ଭାରତର ପ୍ରଥମ ମିଲେଟ୍ ରେସ୍ତୋରାଂ ‘ମାଣ୍ଡିଆର ହାଣ୍ଡିଶାଳ’ ଉଦଘାଟିତ
ଭୁବନେଶ୍ବର : ଆଇ.ଏଚ.ଏମଠାରେ ମିଲେଟ୍ ବା ମାଣ୍ଡିଆର ଏକ ସ୍ୱତନ୍ତ୍ର ରେସ୍ତୋରାଂ “ମାଣ୍ଡିଆର ହାଣ୍ଡିଶାଳ” ର ଶୁଭ ଉଦଘାଟନ ସହିତ ଲୋଗୋ ଉନ୍ମୋଚନ ହୋଇଯାଇଛି । ହେଲଥ ଅନ ଟପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଗୌରବ ରାଲହନଙ୍କ ପ୍ରତିନିଧିତ୍ବରେ ଏହି ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଶୁଭ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଲେଟର ବ୍ରାଣ୍ଡ ଆମ୍ବାସଡ଼ର ସେଫ୍ ବିକାଶ ଚାୱଲା ଯୋଗ ଦେଇଥିଲେ । ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୮ ର ଟପ୍ ୨୨ ନମ୍ବର ପ୍ରତିଯୋଗୀ ସେଫ୍ ମଧୁସ୍ମିତା ସୋରେନଙ୍କ କରକମଳରେ ଲୋଗୋ ଉନ୍ମୋଚନ ହୋଇଥିଲା ।
Comments are closed.