www.samajalive.in
Monday, December 15, 2025
15.1 C
Bhubaneswar

ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା

ଚିଲିକା: ଚିଲିକାରେ ଗ୍ରୀଷ୍ମକାଳୀନ ପକ୍ଷୀଗଣନା ଶେଷ ହୋଇଛି। ବିଗତ ୪ ବର୍ଷ ହେଲା ଗ୍ରୀଷ୍ମକାଳୀନ ପକ୍ଷୀ ସଂଖ୍ୟା ହ୍ରାସ ପାଇଥିବାବେଳେ ଚଳିତଥର ଏଥିରେ ବୃଦ୍ଧି ଘଟିଛି। ଚଳିତବର୍ଷ ୯୭ ପ୍ରଜାତିର ୫୦ହଜାର ୫୪୧ଟି ପକ୍ଷୀ ବସବାସ କରୁଥିବା ଜଣାପଡିଛି। ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଡିଏଫଓ ବିକାଶ ରଞ୍ଜନ ଦାସ ଓ ଏସିଏଫ ମହେଶ୍ୱର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିଲିକାର ଟାଙ୍ଗୀ, ସାତପଡା, ଚିଲିକା, ବାଲୁଗାଁ ଓ ରମ୍ଭା ପ୍ରଭୃତି ୫ଟି ରେଞ୍ଜର କର୍ମଚାରୀଙ୍କ ସହାୟତାରେ ଶନିବାର ସମଗ୍ର ଚିଲିକାରେ ଗ୍ରୀଷ୍ମକାଳୀନ ପକ୍ଷୀ ଗଣନା କରାଯାଇ ଗୁରୁବାର ଦିନ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ, ଚିଲିକାରେ ୪୫ ପ୍ରଜାତିର ୭ହଜାର ୪୯୮ଟି ଦେଶୀୟ ପକ୍ଷୀ ଚିହ୍ନଟ କରାଯାଇଥିବା ବେଳେ ୫୨ ପ୍ରଜାତିର ୪୩ହଜାର ୪୩ଟି ବିଦେଶାଗତ ପକ୍ଷୀ ଚିହ୍ନଟ କରାଯାଇଛି।
ଚଳିତବର୍ଷ ଗତବର୍ଷ ତୁଳନାରେ ପକ୍ଷୀ ସଂଖ୍ୟାରେ ଶତକଡା ୨୭.୨୦ଭାଗ ବୃଦ୍ଧି ଦେଖା ଦେଇଥିବା ବେଳେ ୨୦୧୫ରେ ୪୩ ହଜାର ୧୫୬ ଓ ୨୦୧୬ରେ ୪୧ ହଜାର ୫୬୯ଟି ପକ୍ଷୀ ଗ୍ରୀଷ୍ମଋତୁରେ ଚିଲିକାରେ ଥିବା ଗଣନାରୁ ଜଣାଯାଇଥିଲା। ତେବେ ପୂର୍ବ ବର୍ଷଗୁଡ଼ିକରେ ଫାଇଲିନ୍‌ ଓ ହୁଦ୍‌ହୁଦ୍‌ ଭଳି ପ୍ରାକୃତିକ ବିପର୍ୟ୍ୟୟ ଯୋଗୁଁ ପକ୍ଷୀମାନଙ୍କ ସଂଖ୍ୟା ହ୍ରାସ ପାଇଥିବା ଅନୁମାନ କରାଯାଇଥିବା ବେଳେ ଚଳିତ ବର୍ଷ ଶୀତଋତୁରେ ଚିଲିକାରେ ପ୍ରାୟ ୯ ଲକ୍ଷ ପକ୍ଷୀଙ୍କ ସମାଗମ ହୋଇଥିଲା। ପାଣିକୁଆ (ଲିଟିଲ୍‌ କରମୋରାଣ୍ଟ) ଏବଂ ଗେଣ୍ଡାଳିଆ (ଓପେନ ବିଲ୍ଡ ଷ୍ଟ୍ରକ୍‌) ପ୍ରଜାତିର ପକ୍ଷୀମାନେ ୬ହଜାରରୁ ଊର୍ଦ୍ଧ୍ବ ସଂଖ୍ୟାରେ ପରିଲକ୍ଷିତ ହୋଇଥିବା ବେଳେ ଟାଙ୍ଗି ରେଞ୍ଜର ମଙ୍ଗଳାଯୋଡିରେ ୧୩ ହଜାରରୁ ଊର୍ଦ୍ଧ୍ବ ପକ୍ଷୀ ଚିହ୍ନଟ କରାଯାଇଥିବା ଚିଲିକା ବନ୍ୟପ୍ରାଣୀ ବିଭାଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ପ୍ରକାଶ କରିଛନ୍ତି । ପ୍ରଚୁର ଖାଦ୍ୟ ଓ ସୁରକ୍ଷା ସହିତ ଚିଲିକାର ପ୍ରାକୃତିକ ଅଭିବୃଦ୍ଧି ଯୋଗୁଁ କେତେକ ପକ୍ଷୀ ଚିଲିକାକୁ ନିଜର ସ୍ଥାୟୀ ବାସସ୍ଥାନ ଭାବେ ବାଛି ନେଇଥିବା ପକ୍ଷୀ ବିଶାରଦମାନେ ମତବ୍ୟକ୍ତ କରୁଥିବା ବେଳେ ଅସୁସ୍ଥତା ହେତୁ କିମ୍ବା ଦଳରୁ ବିଚ୍ଛିନ୍ନ ହୋଇଯାଇଥିବାରୁ ପକ୍ଷୀମାନେ ଫେରିନପାରି ବାଧ୍ୟ ହୋଇ ଚିଲିକାରେ ରହିଥିବା ଅନ୍ୟ କେତେକ ପକ୍ଷୀ ବିଶାରଦ ମତବ୍ୟକ୍ତ କରିଛନ୍ତି।
ବିଦେଶାଗତ ପକ୍ଷୀମାନେ ସାଧାରଣତଃ ଅକ୍ଟୋବର ମାସରେ ଚିଲିକାକୁ ଆସି ଫେବୃଆରୀ ମାସରେ ଫେରି ଯାଆନ୍ତି। ମାତ୍ର ବିଗତ କିଛି ବର୍ଷ ହେବ ବର୍ଷତମାମ ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଚିଲିକାରେ ଦୃଷ୍ଟିଗୋଚର ହେଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories