www.samajalive.in
Monday, December 15, 2025
17.1 C
Bhubaneswar

ଅଧିକ ଲୋକଙ୍କୁ ଖାଦ୍ୟ ସୁରକ୍ଷା ମିଳୁ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଓଡ଼ିଶାରୁ ଅତିରିକ୍ତ ୩୪.୪୪ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି। ଏହି ମର୍ମରେ ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି।
ଚିଠିରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ(ଏନଏଫଏସଏ), ୨୦୧୩ ପ୍ରଚଳନ ପାଇଁ ଓଡ଼ିଶାକୁ ୩,୨୬,୪୧,୮୦୦ ହିତାଧିକାରୀଙ୍କ ତାଲିକା ଦିଆଯାଇଥିଲା। ଏହା ହେଉଛି ୨୦୧୧ ଜନଗଣନା ଅନୁସାରେ ମୋଟ ଜନସଂଖ୍ୟା ୪,୧୯,୭୪,୨୧୮ର ୭୮ପ୍ରତିଶତ। ଏ କାର୍ୟ୍ୟକ୍ରମକୁ ଆମେ ଅତି ସଫଳତାର ସହିତ କାର୍ୟ୍ୟକାରୀ କରିଛୁ ଏବଂ ହିତାଧିକାରୀଙ୍କୁ ନିୟମିତ ରେସନ ଯୋଗାଇଦେଉଛୁ। ଓଡ଼ିଶା ଜାତୀୟ ଖାଦ୍ୟ ଅଧିକାର ଆଇନର ସମସ୍ତ ପରିମାପକ ସଫଳତାର ସହିତ କାର୍ୟ୍ୟକାରୀ କରିଛି।
୨୦୧୧ ଜନଗଣନା ତଥ୍ୟ ଅନୁସାରେ ଓଡ଼ିଶା ଜନସଂଖ୍ୟାର ଅଭିବୃଦ୍ଧି ଗତ ଦଶକରେ ଥିଲା ୧୪ପ୍ରତିଶତ। ୨୦୧୧ ତୁଳନାରେ ୨୦୧୮ରେ ଓଡ଼ିଶାର ଜନସଂଖ୍ୟା ୧୦.୨୨ପ୍ରତିଶତ ବଢ଼ିଛି। ଆକଳନ କରାଯାଉଛି ଯେ ଓଡ଼ିଶାର ମୋଟ ଜନସଂଖ୍ୟା ୨୦୧୮ ଶେଷସୁଦ୍ଧା ୪,୬୨,୬୩,୯୮୩ରେ ପହଞ୍ଚିବ। ଆଇନ କାର୍ୟ୍ୟକାରୀ ହେବାବେଳେ ଯେଉଁ ଅନୁପାତରେ ଜନସଂଖ୍ୟା ଏଥିରେ ଅନ୍ତର୍ଭୁକ୍ତ ହେବାକୁ ନିଷ୍ପତ୍ତି ହୋଇଥିଲା ସେହି ଆଧାରରେ ଆମେ ଜାତୀୟ ଖାଦ୍ୟ ଅଧିକାର ଆଇନରେ ୩,୬୦,୮୫,୯୦୭ହିତାଧିକାରୀ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅତିରିକ୍ତ ୩୪.୪୪ଲକ୍ଷ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରାଯିବା ସହିତ ଆଇନର ଲକ୍ଷ୍ୟ ପୂରଣ ନିମନ୍ତେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରାଯିବାକୁ ସେ ଅନୁରୋଧ କରିଛନ୍ତି। ଏହାବ୍ୟତୀତ ଜନସଂଖ୍ୟା ବୃଦ୍ଧି ସହିତ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିୟମିତ ବ୍ୟବଧାନରେ ଧାର୍ୟ୍ୟଲକ୍ଷ୍ୟରେ ସଂଶୋଧନ କରାଯିବା ନିମନ୍ତେ ଏକ ବ୍ୟବସ୍ଥା କାର୍ୟ୍ୟକାରୀ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories