www.samajalive.in
Monday, December 15, 2025
16.1 C
Bhubaneswar

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ମିଳିବ ଜୀବିକା

ପୁରୀ : ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବ ଜିଲା ପ୍ରଶାସନ। ସେମାନଙ୍କ ଜୀବିକାର ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ। ମନରେଗାରେ ପୋଖରୀଖୋଳା, ନଡିଆଚାଷ, ପାନଛାଷ ଓ ଛତୁଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୨ଶହ ମତ୍ସ୍ୟଜୀବୀଙ୍କୁ ଜାଲ ଓ ଡଙ୍ଗା ପାଇଁ ୪୦% ସବ୍‌ସିଡ ମିଳିବ। ଲକ୍‌ଡାଉନ ଯୋଗୁଁ ରୋଜଗାର ହରାଇଥିବା ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଅଧିକ କାମ ଯୋଗାଇ ଦିଆଯିବ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଗୁରୁବାର ପୁରୀ ସର୍କିଟ ହାଉସରେ ଅନୁଷ୍ଠିତ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନରେଗା ଯୋଜନାର ଅଗ୍ରଗତି ସମ୍ପର୍କରେ ଶ୍ରୀ ଦାସବର୍ମା ସମୀକ୍ଷା କରିଛନ୍ତି। ଏହି ଯୋଜନାରେ ଏପର୍ଯ୍ୟନ୍ତ ୫ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯିବା ସହ ୧୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅସ୍ତରଙ୍ଗ, କାକଟପୁର ଏବଂ ଗୋପ ବ୍ଲକରେ ଅଧିକ ପାନବରଜ ସୃଷ୍ଟିପାଇଁ ବୈଠକରେ ସ୍ଥିର କରାଯାଇଛି। ଏଥିପାଇଁ ମନରେଗା ଯୋଜନାରେ ଆଗ୍ରହୀ ଚାଷୀଙ୍କୁ ୧୦୦ଦିନର କାମ ଯୋଗାଇ ଦିଆଯିବ। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଜିଲାରେ ୨ହଜାର ମୋ ପୋଖରୀ ଖୋଳାଯିବ। ଉଦ୍ୟାନ ବିଭାଗ ପକ୍ଷରୁ ପ୍ରାୟ ୫ଲକ୍ଷ ଲୋକଙ୍କୁ ଉନ୍ନତମାନର ନଡିଆଚାରା ଯୋଗାଇ ଦେବାକୁ ସ୍ଥିର ହୋଇଛି। କୃଷି ବିଭାଗ ପକ୍ଷରୁ ଜିଲାର ୬୭୦ ହେକ୍ଟର ଜମିରେ ବିହନ ଉତ୍ପାଦନ କରାଯିବ। ସେଥିରେ ୭୨ହଜାର ଚାଷୀ ପ୍ରତ୍ୟେକ୍ଷ ଉପକୃତ ହୋଇପାରିବେ। ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ୨୨୦କୋଟି କୃଷିଋଣ ଦେବାପାଇଁ ଶ୍ରୀ ଦାସବର୍ମା ନିର୍ଦେଶ ଦେଇଛନ୍ତି। ବାହାର ରାଜ୍ୟରୁ ଫେରିଥିବା ୧୫,୪୫୮ ପ୍ରବାସୀଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ସ୍ଥିର ହୋଇଛି। ଏତଦ୍‌ବ୍ୟତୀତ କୁକୁଡାଫାର୍ମ, ମାଛପୋଖରୀ, ପରିବାଚାଷ, ଛତୁଚାଷ ଏବଂ କଦଳୀଚାଷ ପାଇଁ ଗ୍ରାମାଞ୍ଚଳ ଲୋକଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ। ଚିନାବାଦାମ ଓ ସୂର୍ଯ୍ୟମୁଖୀ ଚାଷ ସମ୍ପର୍କରେ ଆଲୋଚନା କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ବିନା ପୋଖରୀରେ ମାଛଚାଷ ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସ୍ବୟଂସହାୟକ ଗୋଷ୍ଠୀ ଗୁଡିକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଜୀବିକା ମିଶନ ମାଧ୍ୟମରେ ସହାୟତା ପ୍ରଦାନ ନିମନ୍ତେ ସ୍ଥିର ହୋଇଛି। ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ବିଶାଲ ସିଂହ, ଉପକୃଷି ନିର୍ଦେଶକ ଏସ. ଚନ୍ଦ୍ରଶେଖର ରାଓ, ଜିଲା ଯୋଗାଣ ଅଧିକାରୀ ତୁଷାରକାନ୍ତ ଦେଓଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories