www.samajalive.in
Monday, December 8, 2025
14.1 C
Bhubaneswar

ଦାଦନ ଦୁଃଖ; ୩ ଦିନରେ ୨ଜଣଙ୍କ ମୃତ୍ୟୁ

ବଲାଙ୍ଗିର/ପାଟଣାଗଡ: ବଲାଙ୍ଗିର ଜିଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୩ ଦିନ ମଧ୍ୟରେ ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମୃତଦେହ ଆସି ଗାଁରେ ପହଞ୍ଚିଛି। ଦାଦନ ସର୍ଦ୍ଦାରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିବା ବେଳେ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି।

ସୂଚନା ଅନୁସାରେ, ଗତ ୨ ତାରିଖ ଦିନ ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଯୁବା ଗାଁର ନହୁଲା ଧରୁଆଙ୍କର ତେଲେଙ୍ଗାନା ରାଜ୍ୟ ୱାରଙ୍ଗଲରେ କାମ କରିବାକୁ ଯାଇ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଗାଁକୁ ଅଣାଯାଇଥିଲା। ଶେଷକୃତ୍ୟ କରାଯାଇଥିଲା। ସେହିପରି ବେଲପଡ଼ା ବ୍ଲକର ସୁଲେକେଲା ଗାଁର ଆଉ ଜଣେ ମହିଳା ଦାଦନ ଶ୍ରମିକ ସ୍ଲେହିଲତା ଦଳେଇଙ୍କ ମୃତଦେହ ଗୁରୁବାର ଗାଁରେ ପହଞ୍ଚିଛି। ମୃତ ମହିଳାଙ୍କ ପରିବାର ଦାଦନ ସର୍ଦ୍ଦାରଙ୍କଠାରୁ ଆଗ୍ରୀମ ଟଙ୍କା ନେଇ ଦାଦନ ଖଟିବାକୁ ଯାଇଥିଲେ। ସେଠି ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ମୃତ ସ୍ଲେହିଲତା ଦଳାଇଙ୍କୁ କ୍ଷତିପୂରଣ ଓ ଦୋଷୀଙ୍କୁ ଦଣ୍ଡ ଦାବିରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ। ପାଟଣାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ରେଡକ୍ରସରୁ ୧୫ହଜାର ଟଙ୍କା ଓ ଏମ୍‍ବିପିଏସ୍‍ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ଦିଆଯାଇଛି। ସେପଟେ ସ୍ଥାନୀୟ ଶ୍ରମ ଅଧିକାରୀ ଏହାର ତଦନ୍ତ କରାଯିବ ଓ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ଜିଲାରୁ ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ଅଧିକ ଲୋକ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଶ୍ରମ ବିଭାଗରେ ପଞ୍ଜୀକରଣ କରାଯାଇନାହିଁ। ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ଏଥିପ୍ରତି ନିଘା ଦେଉନାହିଁ। ବେଆଇନ ଦାଦନ ଚାଲାଣ ରୋକିବାକୁ ପଦକ୍ଷେପ ନିଆଯାଉଥିବା କେବଳ ପ୍ରତିଶ୍ରୁତି ଦେଉଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories