www.samajalive.in
Sunday, December 14, 2025
19.1 C
Bhubaneswar

ମଧ୍ୟାହ୍ନ ଭୋଜନ ଯୋଜନାର ନାମକରଣ ହେଲା ପିଏମ୍‍ ପୋଷଣ

ନୂଆଦିଲ୍ଲୀ: ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ନାମ ପରିବର୍ତ୍ତନ କରାଯାଇଛି ଏବଂ ତାହା ଏଣିକି ପିଏମ୍‍ ପୋଷଣ ନାମରେ ପରିଚିତ ହେବ । ଏଥିସହିତ ଏହି ଯୋଜନାରେ ପ୍ରାକ୍‍ ପ୍ରାଥମିକ ବା ବାଲ୍‍ ବାଟିକା ପିଲାଙ୍କୁ ମଧ୍ୟ ସାମିଲ କରାଯିବା ବୋଲି ସରକାରୀ ସୂତ୍ରରୁ କୁହାଯାଇଛି । ବିଭିନ୍ନ ପୂଜା ପାର୍ବଣ ଏବଂ ବିଶେଷ ଦିନମାନଙ୍କରେ ପିଲାମାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇଦେବାକୁ ସ୍ଥାନୀୟ ଜନସାଧାରଣଙ୍କୁ ଅନୁମତି ପ୍ରଦାନ କରିବା ସକାଶେ ତିଥି ଭୋଜନ ଯୋଜନାକୁ ଉତ୍ସାହିତ କରିବା, ବିଦ୍ୟାଳୟ ପୋଷଣ ବଗିଚାରେ ହେଉଥିବା ପନିପରିବାକୁ ବ୍ୟବହାର କରି ମଧ୍ୟାହ୍ନ ଭୋଜନ ଖାଦ୍ୟ ପ୍ରସ୍ତୁତ କରିବା, ଶୁଦ୍ଧ ସ୍ୱଦେଶୀ ଖାଦ୍ୟକୁ ପ୍ରୋତ୍ସାହିତ କରିବାକୁ ରନ୍ଧନ ପ୍ରତିଯୋଗିତା ଆୟୋଜନ, ଏହି ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ନୂତନ ଉପାୟ ଅବଲମ୍ବନ ସହିତ ସେଥିରେ କୃଷକ ଉତ୍ପାଦକ ସଂଗଠନସମୂହ (ଏଫପିଓ) ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କର ସଂପୃକ୍ତି ଆଦି ନୂତନ ବୈଶିଷ୍ଟ୍ୟଗୁଡିକୁ ଏହି ନୂଆ ଯୋଜନାରେ ସାମିଲ କରାଯାଇଛି । କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ପିଏମ୍‍ ପୋଷଣ ଯୋଜନାର ପ୍ରଚଳନକୁ ଅନୁମୋଦନ କରିଛନ୍ତି । ଏଥିରେ ଦେଶର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରାଥମିକ ଶ୍ରେଣୀରେ ପଢୁଥିବା ପିଲାମାନଙ୍କୁ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଯୋଜନା ବଳବତ୍ତର ରହିବ ଏବଂ ଏହାଦ୍ୱାରା ଦେଶର ୧୧.୨୦ ଲକ୍ଷ ବିଦ୍ୟାଳୟରେ ୧ରୁ ୮ ବର୍ଷ ବୟସର ୧୧.୮୦ କୋଟି ପିଲା ଉପକୃତ ହେବେ ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories