www.samajalive.in
Sunday, December 7, 2025
16.1 C
Bhubaneswar

ପିପିଲି ବିଧାନସଭା ଉପନିର୍ବାଚନ ; ୧୧ ସୁଦ୍ଧା ୨୪.୭୬% ମତଦାନ

ପିପିଲି : ଆଜି ପିପିଲି ବିଧାନସଭା ଉପନିର୍ବାଚନ। କୋଭିଡ ଗାଇଡଲାଇନ ଅନୁଯାୟୀ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ। ପୂର୍ବାହ୍ନ ୧୧ଟା ସୁଦ୍ଧା ୨୪.୭୬% ମତଦାନ କରାଯାଇଛି।

ସକାଳ ୯ଟା ସୁଦ୍ଧା୭.୮% ମତଦାନ ହୋଇଛି। ପିପିଲି ବ୍ଲକରେ ସକାଳ ୧୦ଟା ୩୦ ସୁଦ୍ଧା ହୋଇଥିବା ମତଦାନରେ ପୁରୁଷ ୧୮ % ମତଦାନ ହୋଇଥିବା ବେଳେ ମହିଳାଙ୍କ ୧୩% ମତଦାନ କରିଛନ୍ତି।୧୦ଟା ୩୦ ସୁଦ୍ଧା ମୋଟ ୧୬% ମତଦାନ ହୋଇଛି। ଏହାସହ ୩୪୮ ଟି ବୁଥରୁ ୨୦୧ଟି ବୁଥ ସମ୍ବେଦନଶୀଳ ରହିଛି। ମତଦାନ ପାଇଁ ପିପିଲିରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପିପିଲି ନିର୍ବାଚନ ମଣ୍ଡଳୀର ସମସ୍ତ ୩୪୮ ବୁଥ ରେ ଆଜି କଡା ପୁଲିସ ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ବେଶ୍ ସୁରୁଖୁରୁରେ ଚାଲିଛି । ସକାଳେ କେତେକ ମତଦାନ କେନ୍ଦ୍ରରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ସେସବୁକୁ ସଜାଡ଼ିବା ପରେ ମତଦାନ ସୁରୁଖୁରୁରେ ଚାଲିଛି  । ଉପନିର୍ବାଚନ ପାଇଁ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ନିର୍ବାଚନରେ ୧୦ ଜଣ ପ୍ରାଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ପୁରୀ ଜିଲାପାଳ ଓ ଏସପି ବିଭିନ୍ନ ବୁଥ ପରିଦର୍ଶନ କରି ମତଦାନ ସମ୍ପର୍କରେ ସ୍ଥିତ ଅନୁଧ୍ୟାନ କରିଛନ୍ତି । ପିପିଲି ବ୍ଲକ ଓ ଏନଏସି ଅଞ୍ଚଳରେ ୧୦ ଟି ଓ ଡେଲାଙ୍ଗ ବ୍ଲକ ଅଞ୍ଚଳରେ ୧୦ ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories