www.samajalive.in
Tuesday, December 9, 2025
26.1 C
Bhubaneswar

ଓମିକ୍ରନ ପ୍ରକରଣରେ ପୁନଃସଂକ୍ରମଣ ଆଶଙ୍କା ଡେଲଟା ତୁଳନାରେ ୩ ଗୁଣ ଅଧିକ

ନୂଆଦିଲ୍ଲୀ: କୋଭିଡ-୧୯ର ଓମିକ୍ରନ ପ୍ରକରଣ କ୍ଷେତ୍ରରେ ପୁନଃସଂକ୍ରମଣ ଆଶଙ୍କା ଏହାର ଡେଲଟା ପ୍ରକରଣ ତୁଳନାରେ ତିନିଗୁଣ ଅଧିକ । ବିଶେଷକରି ଏହାର ସଂକ୍ରମଣ ବୃଦ୍ଧିପାଇଲେ ଟିକା ନେଇନଥିବା ବ୍ୟକ୍ତି ଏବଂ ପିଲାମାନେ ଏଥିରେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଥିବା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ସେ କହିଛନ୍ତି ଯେ ଜଣେ ଓମିକ୍ରନରେ ସଂକ୍ରମିତ ହେବାର ୯୦ ଦିନରେ ସେଥିରେ ପୁନଃ ସଂକ୍ରମିତ ହେବା ଆଶଙ୍କା ଡେଲଟା ପ୍ରକରଣ ତୁଳନାରେ ତିନିଗୁଣ ଅଧିକ ରହୁଥିବା ଲକ୍ଷ୍ୟ କରାଯାଇଛି । ସେ ଆଉ ମଧ୍ୟ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧି ସହିତ ସେହି ତୁଳନାରେ ହାସପାତାଳରେ ରୋଗୀ ଭର୍ତ୍ତି ହେବା ଘଟଣାରେ ପାର୍ଥକ୍ୟ ରହୁଛି । ଏହି ପ୍ରକରଣରେ ଆକ୍ରାନ୍ତ ରୋଗୀ ଦୁଇରୁ ତିନି ସପ୍ତାହ ପରେ କେତେ ସଂଖ୍ୟାରେ ହାସପାତାଳରେ ଭର୍ତ୍ତି ହେଉଛନ୍ତି ତାହାକୁ ଲକ୍ଷ୍ୟ କରିବା ପରେ ଏହାର ଭୟାବହତା ଜଣାପଡିବ ।
ସ୍ୱାମୀନାଥନ କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ରିପୋର୍ଟରୁ ଜଣାଯାଇଛି ଯେ ସେହି ଦେଶରେ ଏହି ପ୍ରକରଣରେ ଅଧିକ ସଂଖ୍ୟାରେ ପିଲା ସଂକ୍ରମିତ ହେଉଛନ୍ତି । ଏଥିରୁ ପିଲାମାନେ ଏବଂ ଟିକା ନେଇନଥିବା ବ୍ୟକ୍ତି ସଂକ୍ରମିତ ହେବା ଆଶଙ୍କା ଅଧିକ ରହୁଥିବା ଜଣାଯାଇଛି । ଇତିମଧ୍ୟରେ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଓମିକ୍ରନ ଅଧିକ ସଂକ୍ରାମକ ହୋଇଛି ଏବଂ ଏହାର ପୁନଃସଂକ୍ରମିତ କରିବା କ୍ଷମତା ଅଧିକ ରହୁଥିବା ପରିଲକ୍ଷିତ ହେଉଛି । ଏହା ଅର୍ଥ ଜଣେ କୋଭିଡରୁ ସୁସ୍ଥ ହେଲେ ମଧ୍ୟ ସେ ଓମିକ୍ରନ ପ୍ରକରଣରେ ପୁନଃ ଆକ୍ରାନ୍ତ ହେବା ଆଶଙ୍କା ଅଧିକ ରହୁଛି । ଭାରତରେ ଏପର୍ଯ୍ୟନ୍ତ ୨୩ ଜଣ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୧୦, ରାଜସ୍ଥାନ ୯, କର୍ଣ୍ଣାଟକ ୨ ଏବଂ ଦିଲ୍ଲୀ ଓ ଗୁଜରାଟରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ସଂକ୍ରମଣ ସହିତ ଭାରତରେ ୨୦୨୨ ଫେବ୍ରୁଆରୀରେ କୋଭିଡର ତୃତୀୟ ଲହର ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି । ଯେତେବେଳେ ଦିନକୁ ପ୍ରାୟ ୧ଲକ୍ଷରୁ ୧.୫ ଲକ୍ଷ ଲୋକ ସଂକ୍ରମିତ ହେବେ । କିନ୍ତୁ ଦ୍ୱିତୀୟ ଲହର ତୁଳନାରେ ରୋଗୀ ସେତେ ଗୁରୁତର ହେବେନାହିଁ ବୋଲି ଆଇଆଇଟିର ଜଣେ ବୈଜ୍ଞାନିକ କହିଛନ୍ତି ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories