www.samajalive.in
Monday, December 15, 2025
14.1 C
Bhubaneswar

ଅଭ୍ୟାସର ଏହି ଛୋଟ ପରିବର୍ତ୍ତନ, ମାତ୍ର ବର୍ଷକରେ ଜୀବନକୁ ଦେବ ନୂଆ ରୂପ

ସଫଳତା ଜୀବନକୁ ପରିବର୍ତ୍ତନ କରେ ନାହିଁ। ବରଂ କିଛି ଛୋଟ ଛୋଟ ଅଭ୍ୟାସ, ଅଜାଣତରେ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ। କହିବାର ଅର୍ଥ ହେଉଛି ଯଦି ଆପଣ ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଜି ଠାରୁ ନିଜର ଛୋଟ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ହେବ।

-ଅନ୍ୟ କେହି ତୁମ କାର୍ଯ୍ୟଶୈଳୀର ତର୍ଜମା କଲେ, ତାହାକୁ ସକରାତ୍ମକ ଭାବେ ଗ୍ରହଣ କରନ୍ତୁ।
-ଦୈନଦିନ ଜୀବନର ଅନୁଭୂତିକୁ ଏକ ଡାଏରୀରେ ଲେଖିବାର ଅଭ୍ୟାସ ଆରମ୍ଭ କରନ୍ତୁ।
-ନିୟମିତ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ୍ ମାଧ୍ୟମରେ ଯାଞ୍ଚ କରନ୍ତୁ। ବଦ ଖର୍ଚ୍ଚ ପ୍ରତି ସଚେତନ ରୁହନ୍ତୁ।
-ଘରୋଇ କାମ, ବଗିଚା କାମ ଏବଂ ରୋଷେଇରେ ଅଳ୍ପ ସମୟ ମନୋନିବେଶ କରିବା ଉଚିତ୍।
-ମେଲ୍ ର ତୁରନ୍ତ ଉତ୍ତର ଦେବା ଆପଣଙ୍କ ଶିଷ୍ଟାଚାରର ପରିଭାଷା ହେବ।
-ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଅର୍ଥାତ୍ କୌଣସି କଥାକୁ ନେଇ ନିଜ ମନର ବିରକ୍ତିଭାବକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ।
– ସର୍ବପ୍ରଥମେ ନିଜର ମୂଳ ଆବଶ୍ୟକତା ପୂରଣ କରନ୍ତୁ। ଯାହା କରିବାକୁ ଚାହୁଁଛନ୍ତି, ତାହା ତୁରନ୍ତ କରନ୍ତୁ।
-ବିଭିନ୍ନ ପ୍ରକାର ପୁସ୍ତକ ହିଁ ଜ୍ଞାନ ଉଦୟର ମାଧ୍ୟମ ହୋଇଥାଏ। ତେଣୁ ବହି ପଢା ପ୍ରତି ପର୍ଯ୍ୟାପ୍ତ ସମୟ ଦିଅନ୍ତୁ।
– ସୋସିଆଲ ସାଇଟ୍ ବ୍ୟବହାର ନିମନ୍ତେ ଏକ ନିର୍ଦିଷ୍ଟ ସମୟସୀମା ରଖିବା ଉଚିତ୍। ଦିନର ଅଧିକାଂଶ ସମୟ ଏଥିର ଅପଚୟ କରି କିଛି ଲାଭ ମିଳେନାହିଁ। ଅନାବଶ୍ୟକୀୟ ଆପ୍‌କୁ ଡିଲିଟ୍ କରିଦିଅନ୍ତୁ।
– ଅନ୍ୟ କେହି ଆପଣଙ୍କୁ ଯେ କୌଣସି କାମ ଦେଲେ ତାହାକୁ ସଙ୍ଗେସଙ୍ଗେ କରି ଦିଅନ୍ତୁ ନାହିଁ। ନିଜ ବ୍ୟକ୍ତିତ୍ବର ପରିଚୟ ପାଇଁ କେତୋଟି ପରିସ୍ଥିତିରେ ଅନ୍ୟକୁ ନା…କହିବା ଉଚିତ୍।
– ଆପଣଙ୍କ ପାଖରେ ଯାହା ଅଛି ତାହା ବ୍ୟବହାର କରନ୍ତୁ। ଅର୍ଥାତ୍ ଯଦି ଆବଶ୍ୟକୀୟ ରୋଷେଇ ସାମଗ୍ରୀରେ ନାହିଁ, ଅଳ୍ପ ସାମଗ୍ରୀରେ ରୋଷେଇ କରିବାର ଅଭ୍ୟାସକୁ ଆପଣେଇ ନିଅନ୍ତୁ। ତାହା ହିଁ ଆପଣଙ୍କ ପାରିବା ପଣିଆର ପରିଚୟ ଦେବ।
– ପ୍ରତିଦିନ ଗୋଟିଏ କମ୍ ଅସ୍ୱାସ୍ଥ୍ୟକର ସ୍ନାକ୍ସ ଖାଆନ୍ତୁ। ଅର୍ଥାତ୍ ନିୟମିତ ସ୍ନାକ୍ସ ଖାଉଥିଲେ ପ୍ରତିଦିନ ଗୋଟିଏ ଲେଖାଏଁ କମାନ୍ତୁ।
– ନିଜ ଜୀବନଶୈଳୀ ପରିବର୍ତ୍ତନ କରିବାର ଚାବିକାଠି ଆପଣଙ୍କ ପାଖରେ ହିଁ ଅଛି। ଅନ୍ୟ କାରଣରୁ ତାହା ପ୍ରଭାବିତ ହେଉଛି କହିବା ହିଁ ସବୁଠୁ ବଡ଼ ଭୁଲ୍।
– ଜିଦ୍‌କୁ ପ୍ରଶୟ ନ ଦେଇ ବରଂ ନିଜ ଲକ୍ଷ୍ୟକୁ ପ୍ରାଧାନ୍ୟ ଦେଇ ଅଗ୍ରସର ହୁଅନ୍ତୁ।
-ପ୍ରତ୍ୟେକ ଦିନ ନିଜକୁ ପଚାରିବା ଆରମ୍ଭ କରନ୍ତୁ: “ମୁଁ ଆଜି କିପରି ମୋ ଜୀବନ ପରିବର୍ତ୍ତନ କରିପାରିବି?”

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories