www.samajalive.in
Saturday, December 6, 2025
14.1 C
Bhubaneswar

ମାଣତ୍ରୀରେ ବିକାଶମଞ୍ଚର ୩ୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବଡ଼ସାହି : ବିକାଶମଞ୍ଚ ପକ୍ଷରୁ ଶୁକ୍ରବାର ମାଣତ୍ରୀରେ ୩ୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣର ମୁକାବିଲା ପାଇଁ ତାଲାବନ୍ଦ ଚାଲିଥିବାରୁ ଜିଲା ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବାରୁ ଥାଲସେମିଆ, ପ୍ରସୁତି, ଦୁର୍ଘଟଣା ତଥା ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କ ନିମନ୍ତେ ଆବଶ୍ୟକ ରକ୍ତ ଯୋଗାଡ଼ ପାଇଁ ବିକାଶମଞ୍ଚ ଲଗାତର ରକ୍ତଦାନ ଶିବିର ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି। ବେତନଟୀ, ବଡସାହି, ମୋରଡା ଓ ରାସଗୋବିନ୍ଦପୁର ବ୍ଲକକୁ ନେଇ ଗଠିତ ଏହି ବିକାଶମଞ୍ଚ ଆନୁକୂଲ୍ୟରେ ପ୍ରଥମେ ବେତନଟୀ, ଦ୍ୱିତୀୟରେ ବୈଶିଙ୍ଗାରେ ଶିିର ସଫଳତାର ସହିତ ଆୟୋଜିତ ହୋଇଥିବା ବେଳେ ଶୁକ୍ରବାର ମାଣତ୍ରୀ ବିକେବି ଯୁବକ ସଂଘର ସହଯୋଗରେ ଡ଼ାକବଙ୍ଗଳାରେ ଶିବିର ଅନୁଷ୍ଠିତ ହୋଇଛି। ସଦସ୍ୟ ମନୋଜ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମରେ ସରକାରୀ ନିୟମ ଅନୁଯାୟୀ ୨୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାତା ଆଗ୍ରହର ସହିତ କୋଭିଡ଼-୧୯ ଆଇନ ୨୦୨୦ର ସର୍ତ୍ତାବଳୀ ସ୍ୱୀକାରୋକ୍ତି ପ୍ରକାଶ ପୂର୍ବକ ନାମ ପଞ୍ଜିକରଣ କରି ସାମାଜିକ ଦୂରତ୍ୱ ବଜାୟ ରଖି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ରକ୍ତଦାତାଙ୍କ ମଧ୍ୟରେ ବାପା-ପୁଅ ରକ୍ତ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେମାନେ ହେଲେ ଭାନୁଶଙ୍କର ପଣ୍ଡା ଓ ତାଙ୍କ ପୁଅ ଦିବ୍ୟପ୍ରକାଶ ପଣ୍ଡା।

ବେତନଟୀ ପୁଲିସ ଉପଖଣ୍ଡ ଅଧିକାରୀ ଲଳିତ କୁମାର ପଟ୍ଟନାୟକ ଶିବିରରେ ପହଞ୍ଚି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ସାମଜିକ ଦୂରତ୍ୱ ରକ୍ଷା କରି ଆୟୋଜନ ହେଉଥିବା କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ବିକାଶମଞ୍ଚର ସଦସ୍ୟ ଅରୁଣ ଓତା, ଗଣେଶ୍ୱର ପାତ୍ର, ପ୍ରଦୀପ କୁମାର ପଣ୍ଡା, ଶଶୀଶେଖର ପଣ୍ଡା, ପ୍ରକାଶ ଚନ୍ଦ୍ର ବେହେରା, ଶଶାଙ୍କ ଶେଖର କର, ସଞ୍ଜୟ ମିଶ୍ର, ବିମଳେନ୍ଦୁ ମହାପାତ୍ର, ତପନ କୁମାର ପତି, ସଞ୍ଜିତ ଦାସ, ମାଧବୀ ସେନାପତି, ନିହାର ରଞ୍ଜନ ମହାପାତ୍ର, ଅଜିତ କୁମାର ସେନାପତି, ପ୍ରଶାନ୍ତ ମହାନ୍ତି, ସନ୍ତୋଷ ଖଣ୍ଡା, ଛତିଶ କୁମାର ସାହୁ, ନିରଞ୍ଜନ ମହାନ୍ତ, ରାକେଶବ ମହାପାତ୍ର, ଅର୍ଜୁନ ଦଳେଇ ଓ ଶଶଧର ପଣ୍ଡା ପ୍ରମୁଖ ଯୋଗଦାନକରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବିକେବି ଯୁବକ ସଂଘ ପକ୍ଷରୁ ନୟନ ରଞ୍ଜନ ପଣ୍ଡା, ଶିବନାରାୟଣ ପତି, ଅଜିତ କୁମାର ପଣ୍ଡା, ଅରଜିତ ପଣ୍ଡା, ଅଶ୍ୱନୀ ବେହେରା, ଜୀତେଶ କୁମାର ପତି ଓ କିରଣ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଜିଲା ରକ୍ତଭଣ୍ଡାରର ସଂଯୋଜକ ଅମର ସେଠୀ, ଡାକ୍ତର ପ୍ରଶାନ୍ତ ଦାସ, ଦେବେନ୍ଦ୍ର ବେହେରା, ସବିତା ରାଣୀ ସେଝପଡ଼ା, ପାର୍ଥସାରଥୀ ମହାନ୍ତ ଓ ଶମ୍ଭୁନାଥ ପଲେଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ୧୨ଜଣ ରକ୍ତଦାତା ରକ୍ତ ଦାନ କରି ନପାରି ଫେରିଯାଇ ଥିବାରୁ ମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ ଦୁଃଖ ପ୍ରକାଶ କରିବା ସହିତ ମଞ୍ଚର ପରବର୍ତ୍ତୀ ରକ୍ତଦାନ କାର୍ଯ୍ୟକ୍ରମ ବଡ଼ସାହି ଡ଼ାକ୍ତରଖାନାରେ ୧୮ ତାରିଖ ଶନିବାରରେ ଅନୁଷ୍ଠିତ ହେବ ବୋଲି ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories