ନୂଆଦିଲ୍ଲୀ : ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ(ଆଇସିଏମ୍ଆର୍) କହିଛି, ଏପର୍ଯ୍ୟନ୍ତ ମୋଟ୍ ୩ଲକ୍ଷ ୨ ହଜାର ୯୫୬ ନମୁନାର ପରୀକ୍ଷା କରାଯାଇଛି। ବିଭିନ୍ନ ସରକାରୀ ଓ ଘରୋଇ ପରୀକ୍ଷାଗାରରେ ଗୁରୁବାର ୭୭ ହଜାର ୨୫୬ ନମୁନାର ପରୀକ୍ଷା କରାଯାଇଛି।
ଆଇସିଏମ୍ଆର୍ର ଜଣେ ପ୍ରତିନିଧି କହିଛନ୍ତି, ଏହାର ୧୮୩ଟି ପରୀକ୍ଷାଗାର ଏବଂ ୩ଟି ନମୁନା ସଂଗ୍ରହ କେନ୍ଦ୍ର ଓ ଆଉ ୮୦ଟି ବେସରକାରୀ ପରୀକ୍ଷାଗାରରେ କୋଭିଡ-୧୯ ଭୂତାଣୁ ସଂକ୍ରାନ୍ତ ନମୁନାଗୁଡ଼ିକର ପରୀକ୍ଷା କରାଯାଉଛି।
ସେ କହିଛନ୍ତି, ଏହିସବୁ ପରୀକ୍ଷା ଶୀଘ୍ର ରୋଗ ନିରୂପଣ ଉଦ୍ଦେଶ୍ୟରେ କରାଯାଉ ନାହିଁ, ବରଂ ଏହା ପର୍ୟ୍ୟବେକ୍ଷଣ ଓ କେଉଁ କେଉଁ ସ୍ଥାନରେ ଅଧିକ ଭୂତାଣୁ ସଂକ୍ରମଣ ହୋଇଛି, ତାହା ଜାଣିବା ପାଇଁ କରାଯାଉଛି। ସେ କହିଛନ୍ତି, ଦେଶରେ ୫ଲକ୍ଷ ଦ୍ରୁତ ପରୀକ୍ଷା କିଟ୍ ମହଜୁଦ ରହିଛି।
ଆଇସିଏମ୍ଆରରେ ୩ଲକ୍ଷ ୨ହଜାରରୁ ଅଧିକ ନମୁନାର ପରୀକ୍ଷା କରାଯାଇଛି
Popular Categories



