www.samajalive.in
Sunday, December 7, 2025
26.1 C
Bhubaneswar

ଲାପ୍‌ଟପ୍‌ ବଦଳରେ ଟଙ୍କା, ୧୮ ଯାଏ ଆବେଦନ କରିପାରିବେ ମେଧାବୀ ଛାତ୍ରଛାତ୍ରୀ

ଭୁବନେଶ୍ବର: ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଦଳରେ ଦିଆଯିବ ଅର୍ଥ। ଲାପ୍‌ଟପ୍‌ ବଦଳରେ ୩୦ ହଜାର ଟଙ୍କା ସିଧାସଳଖ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଏହି ଅର୍ଥ ସିଧାସଳଖ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ଜରିଆରେ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ପ୍ରଦାନ କରାଯିବ। ଉକ୍ତ ଟଙ୍କା ଦ୍ବାରା ଛାତ୍ରଛାତ୍ରୀ ନିଜ ମନ ମୁତାବକ ଲାପ୍‌ଟପ୍‌, ଡେସ୍କଟପ୍‌, ଟାବ୍‌ଲେଟ୍‌ ସହଜରେ କିଣିପାରିବେ। ଏହାଦ୍ବାରା ସେମାନଙ୍କୁ ଆଉ ନୋଡାଲ୍‌ ସେଣ୍ଟର୍‌କୁ ଲାପ୍‌ଟପ୍‌ ସଂଗ୍ରହ କରିବାକୁ ଯିବାକୁ ପଡ଼ିବନି।

୨୦୨୦-୨୧ ଶିକ୍ଷାବର୍ଷଠାରୁ ଏହି ନୂତନ ଯୋଜନା କାର୍ୟ୍ୟକ୍ଷମ ହେବ। ମେଧାବୀ ଛାତ୍ରଛାତ୍ରୀଙ୍କ ତାଲିକା‌ ଓ ନୂଆ ନିୟମ ସମ୍ବନ୍ଧୀୟ ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ ‘www.dhe.odisha.gov.in’ ରେ ଉପଲବ୍ଧ ରହିଛି। ଏହାକୁ ଆଧାର କରି ମେଧାବୀ ଛାତ୍ରଛାତ୍ରୀ ଉକ୍ତ ଯୋଜନାର ଲାଭ ନେଇପାରିବେ। ଆସନ୍ତା ୧୮ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories