bjd gruha runa

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ

BJD Bijuli 480×75 Mob

ଡେସ୍କ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଏନଏସଏସ ବ୍ୟୁରୋ ପକ୍ଷରୁ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନଏସଏସ ସ୍ବେଛାସେବୀ ଏବଂ କଟକର ସାଧାରଣ ନାଗରିକମାନେ ଯୋଗ ଦେଇ ମାଟି ଏବଂ ତ୍ରିରଙ୍ଗା ଧରି ଦେଶର ସୁରକ୍ଷା ଓ ବିକାଶ ପାଇଁ ପଞ୍ଚପ୍ରଣ ଶପଥ ନେଇଥିଲେ। ଏନଏସଏସର ସ୍ବେଚ୍ଛାସେବୀମାନେ ବନ୍ଦେ ମାତରଂ ଶୀର୍ଷକ ଯୋଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମାଟିକୁ ନମନ ଓ ବୀରମାନଙ୍କୁ ବନ୍ଦନା ଓ ସମ୍ମାନିତ କରାଯାଇଥିଲା।

କାର୍ଗିଲ ଯୋଦ୍ଧା ତଥା ଅବସରପ୍ରାପ୍ତ ସୁରକ୍ଷା କର୍ମୀମାନଙ୍କୁ ଏନଏସଏସ ବ୍ୟୁରୋ ଦ୍ୱାରା ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ଵମାନଙ୍କ ମଧ୍ୟରେ ଥିଲେ ଭାରତୀୟ ସେନାର ଅବସରପ୍ରାପ୍ତ କ୍ୟାପଟେନ ମନ୍ମଥ ନାଥ ପାତ୍ର, ସୁବେଦାର ରମାକାନ୍ତ ନାୟକ, ନାଏକ ପୀତବାସ ପାତ୍ର, ପେଟି ଅଫିସର ବନବିହାରୀ ମିଶ୍ର, ସୁବେଦାର ସନାତନ ଜେନା ଓ ସରଜେଣ୍ଟ ପ୍ରିତମ ପୁହାନ। କାର୍ଯ୍ୟକ୍ରମରେ ବକ୍ତାମାନେ ଭାରତ ଏହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଜଗବନ୍ଧୁ ମିଶ୍ର କହିଥିଲେ ଯେ ଭାରତୀୟ ପ୍ରାଚୀନ ସଂସ୍କୃତି ହିଁ ଭାରତର ପ୍ରାଣାଧାରା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ରବିନାରାୟଣ ପଣ୍ଡା, ଏନଏସଏସ ସଂଯୋଜକ ଡଃ ଭାଗବତ ବେହେରା ଓ ଡଃ ବି ସି ଦାଶ ଏବଂ ପ୍ରୋଗ୍ରାମ ଅଫିସର ଡଃ ଯଯାତି ନାୟକ ଉପସ୍ଥିତ ଥିଲେ।

Comments are closed.