www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱାଧୀନତା ଆଣିଥିବା ପ୍ରତ୍ୟେକ ମହାପୁରୁଷ ଭାରତର ଅମୃତ ପୁତ୍ର:କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ବାଣୀବିହାର ପରିସରରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କୁଳପତି କହିଥିଲେ ଯେ ଏହି ୭୭ ବର୍ଷରେ ଆଜାଦିକା ଅମୃତ ମହୋତ୍ସବ ଏକ ବିଶିଷ୍ଟ ଓ ସ୍ୱତନ୍ତ୍ର ଉତ୍ସବ, ଯାହା ଆମେ ସମସ୍ତେ ପାଳନ କରୁୁଛୁ ଏବଂ ସମସ୍ତ ଭାରତୀମାନଙ୍କ ଗର୍ବ । ସ୍ୱାଧୀନତା ଆଣିଥିବା ପ୍ରତ୍ୟେକ ମହାପୁରୁଷ ଏହି ଭାରତର ଅମୃତ ପୁତ୍ର । ସେମାନଙ୍କ କଠିନ ପରିଶ୍ରମ, ନିଷ୍ଠା, ଆନ୍ତରିକତା, ସଦିଚ୍ଛା, ସାହସ, ତ୍ୟାଗ ଓ ବଳିଦାନ ଭାରତର ଦୀର୍ଘ ୩୦୦ ବର୍ଷ ପରେ ଅଗଷ୍ଟ ୧୫ ୧୯୪୭ରେ ବ୍ରିଟିଶମାନଙ୍କ ନିକଟରୁ ରାଜନୈତିକ ସ୍ୱାଧୀନତା ଲାଭ କଲା । ସ୍ୱେଛାଚାରୀ ବ୍ରିଟିଶ ଶାସକଙ୍କୁ ବିଦା କରିବା ପାଇଁ ଆମର ସଂଗ୍ରାମୀମାନେ ଲହୁଲୁହ ପ୍ରଦାନ କରିଛନ୍ତି । ଅନେକ ଦେଶପ୍ରେମୀ ହସିହସି ନିଜ ଜୀବନକୁ ବଳି ଚଢ଼ାଇ ଦେଇଛନ୍ତି । ଆମେ ତାହାର ଶୁଭଫଳ ଭୋଗ କରୁଛୁ । ଆମର ଦେଶରେ ଶାନ୍ତି, ମୈତ୍ରୀ ଓ ପ୍ରଗତିର ଗଣତାନ୍ତ୍ରିକ ବାର୍ତ୍ତା ନେଇ ଅହିଂସା ଏବଂ ସାର୍ବଭୌମତ୍ୱରେ ଏହା ଏବେ ବିଶ୍ୱରେ ବନ୍ଦନୀୟ ବୋଲି କୁଳପତି ପ୍ରକାଶ କରିଥିଲେ ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ କହିଥିଲେ ଯେ ଭାରତର ଇତିହାସରେ ପ୍ରାଣବଳୀ ଦେଇଥିବା ସମସ୍ତ ବୀରପୁରୁଷଙ୍କ କଥା ଆମେ ଇତିହାସରୁ ପଢ଼ିଛେ । ସହିଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଲକ୍ଷ୍ମଣ ନାଏକ, ଜୟୀ ରାଜଗୁରୁଙ୍କ ସ୍ମୃତି ଆଜି ମଧ୍ୟ ଆମ ମନରେ ଉଦଜୀବିତ ହୋଇ ରହିଛି । ନେତାଜୀଙ୍କ ବୈପ୍ଲବିକ ଡାକରା ମୋତେ ରକ୍ତ ଦିଅ ଓ ମୁଁ ତୁମକୁ ସ୍ୱାଧୀନତା ଦେବି ଏବଂ ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନେ୍ଦାଳନ ଏବଂ ଅହିଂସାର ବାଣୀ ଅଗତିଣ ଦେଶବାସୀଙ୍କୁ ପ୍ରଭାବିତ କରିଛି । ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱୀତ ଏବଂ ପରିଶେଷରେ ଫଳପ୍ରଦ କରିଥିଲା ।
ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ.କାହ୍ନୁଚରଣ ଧୀର, ବୀତ୍ତ ନିୟନ୍ତ୍ରିକ ଗୌତମ ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ, ପିଜି ହଷ୍ଟେଲ, ପିଜି କାଉନସିଲ ଏବଂ ପ୍ରଶାସନିକ କୋଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories