www.samajalive.in
Monday, December 15, 2025
14.1 C
Bhubaneswar

ଅବହେଳିତ ମେରାମଣ୍ଡଳୀ ରେଳ ଷ୍ଟେସନ୍

କାମାକ୍ଷାନଗର: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ମେରାମଣ୍ଡଳୀ ରେଲୱେ ଷ୍ଟେସନ୍ ଦକ୍ଷିଣ ପୂର୍ବ ରେଳ ବିଭାଗର ଏକ ପ୍ରମୁଖ ରେଳ ଷ୍ଟେସନ୍। ଯାହାକୁ ୧୯୨୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏହି ବାଟ ଦେଇ ବହୁ ଏକ୍ସପ୍ରେସ, ପାସେଞ୍ଜର ଟ୍ରେନ୍ ଓ ମାଲଗାଡ଼ି ପ୍ରତ୍ୟେକ ଦିନ ଯିବା ଆସିବା କରୁଛି। ଢେଙ୍କାନାଳ ଅନୁଗୁଳ ଶିଳ୍ପ ଭିତ୍ତିଭୂମିର ଏହା ଏକ ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବନାହିଁ। ଯାହାକୁ କେନ୍ଦ୍ର କରି ବିଭିନ୍ନ ସୁବିଧା ସୁଯୋଗ ଏବଂ ଗମନାଗମନ ଯୋଗୁଁ ପାଖରେ ଟାଟା ଷ୍ଟିଲ, ରୁଙ୍ଗଟା ମାଇନ୍ସ, ନବ ଲିମିଟେଡ କମ୍ପାନୀ, ରିମ୍ ଝିମ୍ କମ୍ପାନୀ ଆଦି ଅନେକ ଛୋଟ ବଡ ଶିଳ୍ପ ଗଢି ଉଠିଛି। କିନ୍ତୁ ଦୁଃଖର ବିଷୟ ଏବେ ବି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଏହି ଷ୍ଟେସନ୍। ଉତ୍ତମ ଆଲୋକ ବ୍ୟବସ୍ଥା, ପ୍ଲାଟଫର୍ମର ଉନ୍ନତିକରଣ ଓ ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏକ ଫ୍ଲାଇଓଭର ବ୍ରିଜର ଆବଶ୍ୟକତା ରହିଛି। ଯାତ୍ରୀମାନେ ଟ୍ରେନ୍ ଚଢ଼ିବା ଏବଂ ଓହ୍ଲାଇବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଦାବୀ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories