www.samajalive.in
Monday, December 15, 2025
27.1 C
Bhubaneswar

ଦାବି ପୂରଣ ନହେବା ପ୍ରତିବାଦରେ ୨୨ରୁ କଳାବ୍ୟାଜ ପରିଧାନ କରିବେ ଅମଲା

ଆଠଗଡ :  ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଗତ ପ୍ରାୟ ୧୦ମାସ ହେଲା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାଙ୍କର ଗ୍ରେଡ୍‌‌ ପେ’ ବୃଦ୍ଧି ଦାବି ହୋଇଆସୁଛି । ତେବେ ରାଜ୍ୟ ସରକାର ସେମାନଙ୍କର ନ୍ୟାଯ୍ୟ ଦାବି ପୂରଣ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବା ଲାଗି ରାଜ୍ୟ ସଂଘ ନିଷ୍ପତ୍ତି ଗ୍ରହଣ କରିଛି। ଗତ ସେପ୍ଟେମ୍ବର ମାସରୁ ରାଜ୍ୟ ମିଳିତ ଅମଲା ମଞ୍ଚ ପକ୍ଷରୁ ସେମାନଙ୍କର ଗ୍ରେଡ ପେ’ ୧୯୦୦ ରୁ ୪୨୦୦ କରିବା ଲାଗି ଦାବି କରାଯାଇଛି । ତେବେ ସରକାର ସେମାନଙ୍କ ଦାବିକୁ ସହାନୁଭୂତି ସହ ବିଚାର କରୁନଥିବା ଏବଂ ଦାବିପୂରଣ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା  ୨୨ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟଗୁଡିକରେ କାର୍ଯ୍ୟରତ ଅମଲାମାନେ  ଦାବି ପୂରଣ ନହେବା ପ୍ରତିବାଦରେ କଳାବ୍ୟାଜ୍‌‌ ପରିଧାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ମେ ୩୧ ସୁଦ୍ଧା ସରକାର ସେମାନଙ୍କ ଦାବିପୂରଣ ନକଲେ ଜୁନ୍‌‌ ୧ତାରିଖରୁ ସମସ୍ତ ଅମଲା ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୁହିକ ଛୁଟି ନେବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତ୍ୟେକ ବିଭାଗର ମୁଖ୍ୟ ଅଧିକାରୀଙ୍କୁ ଏ ସଂପର୍କରେ ସେହି ବିଭାଗରେ କାର୍ଯ୍ୟରତ ଅମଲାମାନେ ସେମାନଙ୍କର ନିଷ୍ପତ୍ତି ସଂପର୍କରେ ଲିଖିତ ଆକାରରେ ଅବଗତ କରାଇଛନ୍ତି ।

ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟକିରାଣୀ ପ୍ରଫୁଲ୍ଲ କୁମାର ମହାନ୍ତି, ଦିନେଶ କୁମାର ବେହେରା, କର୍ମଚାରୀ ସୂର୍ଯ୍ୟମଣି ସାହୁ, ଶ୍ରୀଧର ମହାପାତ୍ର, ଶ୍ରୀନିବାସ ଧଳସାମନ୍ତ, ସଂଜୟ ସାହୁ, ଜିତେନ୍ଦ୍ର ବେହେରା, ଓ ନିରଞ୍ଜନ ବେହେରା ପ୍ରମୁଖ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ଶନିବାର ସାକ୍ଷାତ କରି ସେମାନଙ୍କର ପ୍ରତିବାଦ ଓ ଆନ୍ଦୋଳନ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ମିଳିତ ଅମଲା ମଞ୍ଚର ଆଠଗଡ ବ୍ଲକ ଶାଖା ସଭାପତି ଅଜୟ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories