www.samajalive.in
Monday, December 15, 2025
27.1 C
Bhubaneswar

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବରଗଡ଼ ଗସ୍ତ, ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ଭୁବନେଶ୍ୱର: ତିନି ଦିନ ବ୍ୟାପୀ ବିଭିନ୍ନ ଜିଲା ଗସ୍ତରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡ଼ ଜିଲାର ମିଶନ ଶକ୍ତି ତଥା ଓର୍‌ମାସ ପକ୍ଷରୁ ଆୟୋଜିତ ‘ଗାଁ ଆମ୍ବ ପସରା’ ଉଦଘାଟନ କରିଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମୂହକୁ ମିଶନ୍‌ ଶକ୍ତି ଜରିଆରେ ସଂଚାଳିତ ଓ କ୍ରିୟାଶୀଳ କରାଯାଇ ବିଭିନ୍ନ ରୋଜଗାର ଅଭିବୃଦ୍ଧି ପଦକ୍ଷେପକୁ ଯେପରି ପ୍ରୋତ୍ସାହିତ କରାଯାଉଛି, ସେଥିପାଇଁ ସେ ମିଶନ୍‌ ଶକ୍ତି ଓ ବିଭିନ୍ନ ଗୋଷ୍ଠୀଭିତ୍ତିକ କୃଷି ବିପଣନ ଉଦ୍ୟମର ପ୍ରଶଂସା କରିଥିଲେ। ପରେ ପରେ ସେ ଜାମୁର୍ଦା ସ୍କୁଲ ପଡ଼ିଆ ଠାରେ ପ୍ରସ୍ତାବିତ ମିନି ଷ୍ଟାଡିଅମ୍‌ର ଭିତ୍ତି ସ୍ଥାପନ କରିଥିଲେ। ଏଥିପାଇଁ ୫ ଏକର ଜମି ସ୍ୱତନ୍ତ୍ର ରୂପେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପାଚେରୀ, ଗ୍ୟାଲେରି ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। କଳିଙ୍ଗ ଷ୍ଟାଡିଅମ୍‌ ଢାଞ୍ଚାରେ ଏଠାରେ ମଧ୍ୟ ଇଣ୍ଡୋର୍‌ ଓ ଆଉଟଡୋର୍‌ ଆଥଲେଟିକ୍ସ ପାଇଁ କ୍ରୀଡା ଭିତ୍ତିଭୂମିର ବିକାଶ କରାଯିବ। ସ୍ଥାନୀୟ ବିଧାୟକଙ୍କ ପ୍ରସ୍ତାବ ଅନୁସାରେ ଏହାକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନିଆଯାଇ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଓ ଏହା ଫଳରେ ଜିଲ୍ଲାରେ କ୍ରୀଡ଼ା ବିକାଶ ଆହୁରି ତ୍ୱରିତ ହେବ ବୋଲି ଶ୍ରୀ ତ୍ରିପାଠୀ ଏହି ଅବସରରେ ସୂଚନା ଦେଇଥିଲେ।

ଗସ୍ତ ଅବସରରେ ଶ୍ରୀ ତ୍ରିପାଠୀ ୫୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିଅମ୍‌ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ। ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପ୍ରଦତ୍ତ ୯.୧୭ କୋଟି ଟଙ୍କା ବ୍ୟୟରେ ଏହି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ୨୦୨୩ ଡିସେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ବହୁଦିନରୁ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଆବଶ୍ୟକତା ଅନୁଭୂତ ହେଉଥିବାରୁ ଏହି ଅଡିଟୋରିଅମ୍‌ ନିର୍ମାଣ ବରଗଡ଼ ତଥା ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ସାଂସ୍କୃତିକ ପ୍ରତିଭାମାନଙ୍କ ବିକାଶରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଥିଲେ।

- Advertisement -

ଜିଲା ସମ୍ମେଳନ କକ୍ଷରେ ଜିଲାପାଳ ଓ ସମସ୍ତ ଜିଲା ବିଭାଗୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ। ବିଶେଷ ରୂପେ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଦକ୍ଷତା ବିକାଶ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସମନ୍ୱିତ ତଥା ଏକାଭିମୁଖୀ ଲକ୍ଷ୍ୟ ନେଇ ଉପଲବ୍ଧ ସମ୍ବଳର ସୁବିନିଯୋଗପୂର୍ବକ ଓରମାସ୍‌ ଓ ମିଶନ୍‌ ଶକ୍ତି ଭଳି ଗୋଷ୍ଠୀ ଭିତ୍ତିକ ଉଦ୍ୟମ ମଧ୍ୟରେ ସମନ୍ୱୟ ଆଣି ଜନସାଧାରଣଙ୍କ ଆର୍ଥିକ ବିକାଶ ତ୍ୱରାନ୍ୱିତ କରିବା ନିମନ୍ତେ ସେ ବୈଠକରେ ମତବ୍ୟକ୍ତ କରିଥିଲେ। ସାମ୍ପ୍ରତିକ ସମୟରେ ପାରମ୍ପରିକ କୃଷି ଉତ୍ପାଦନ ସହିତ ସମନ୍ୱୟ ରକ୍ଷାକରି କୃଷକ ଉତ୍ପାଦନ ସଂଗଠନ ଓ କୃଷି ଉତ୍ପାଦନ କମ୍ପାନୀମାନଙ୍କ ସହ ସମନ୍ୱୟ ସ୍ଥାପନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ସାମ୍ପ୍ରତିକ ବଜାର ଅଭ୍ୟୁଦୟ ଦୃଷ୍ଟିରୁ ବିଭିନ୍ନ ଅଭିନବ ଉଦ୍ୟୋଗ ଓ ଷ୍ଟାର୍ଟଅପ୍‌ ସ୍ଥାପନ ନିମନ୍ତେ ଦକ୍ଷତା ବିକାଶର ସର୍ବାଧିକ ଗୁରୁତ୍ୱ ଥିବାରୁ ସେ ଦିଗରେ ସରକାରୀ ଓ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପାରିବ ବୋଲି ସେ କହିଥିଲେ।

ଏହି ଗସ୍ତ ସମୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲାପାଳ ମନୀଷା ବାନାର୍ଜୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ଉପଦେଷ୍ଟା ନାରାୟଣ ସାହୁ, ବିଶେଷଜ୍ଞ ସଦସ୍ୟ ଗତିକୃଷ୍ଣ ମିଶ୍ର, ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ସୁନୀଲ୍‌ ନାୟକ ଓ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା ସମୟରେ ଶ୍ରୀ ତ୍ରିପାଠୀ ପଞ୍ଚାୟତିରାଜ ଅନୁଷ୍ଠାନ ସମୂହର ନିର୍ବାଚିତ ପ୍ରତିନିଧିଙ୍କ ସହ ଯୋଜନା ସମୂହର ସଫଳ କାର୍ଯ୍ୟକାରିତା ଓ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories