www.samajalive.in
Monday, December 15, 2025
26.1 C
Bhubaneswar

ମେହୁଲ ଚୋକ୍‌ସିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ପଳାତକ ଘୋଷିତ ଭାରତୀୟ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଜାମିନ ଆବେଦନକୁ ବେଲଜିୟମର ଏକ ଅଦାଲତ ଖାରଜ କରିଥିବା ଜଣାପଡିଛି। ଚୋକ୍‌ସିଙ୍କୁ ଜାମିନ ପ୍ରଦାନ କରାଗଲେ ସେ ବେଲଜିୟମରୁ ଅନ୍ୟ କୌଣସି ଦେଶକୁ ପଳାଇଯିବାର ସମ୍ଭାବନା ରହିଛି ବୋଲି ସିବିଆଇ ପକ୍ଷରୁ ଯେଉଁ ଯୁକ୍ତି ଦର୍ଶାଯାଇଥିଲା, ତାହାକୁ ଅଦାଲତ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ବେଲଜିୟମର ଏକ ଅଦାଲତରେ ଚୋକ୍‌ସିଙ୍କ ଭାରତ ପ୍ରତ୍ୟର୍ପଣ ମାମଲାର ଶୁଣାଣି ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜାମିନ ଖାରଜ ହେବା ଘଟଣା ଚୋକ୍‌ସିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସିବିଆଇର ଅନୁରୋଧ ରକ୍ଷା କରି ବେଲଜିୟମ ପୁଲିସ ଚଳିତବର୍ଷ ଏପ୍ରିଲରେ ଚୋକ୍‌ସିଙ୍କୁ ଗିରଫ କରିଥିଲା। ୬୬ ବର୍ଷୀୟ ଚୋକ୍‌ସି ହେଉଛନ୍ତି ଗୀତାଞ୍ଜଳି ଗ୍ରୁପ୍‌ କମ୍ପାନୀର ମାଲିକ। ଚୋକ୍‌ସି ଓ ତାଙ୍କ ଭଣଜା ନିରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଋଣ ଜାଲିଆତି କରିବାପରେ ୨୦୧୭ରେ ଭାରତ ଛାଡି ପଳାୟନ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories