www.samajalive.in
Tuesday, December 9, 2025
15.1 C
Bhubaneswar

ସଂସଦର ମୌସୁମୀ ଅଧିବେଶନ : ୨୪ ସାଂସଦ କରୋନା ପଜିଟିଭ୍

ନୂଆଦିଲ୍ଲୀ : କରୋନା ସଂକଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି। ତେବେ ଇତି ମଧ୍ୟରେ ମୀନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡେ ଏବଂ ପରଭେଶ ସାହିବ ସିଂହଙ୍କ ସମେତ ୨୪ ଜଣ ସାଂସଦ କରୋନା ପଜିଟିଭ୍ ଥିବା ଜଣାପଡିଛି।
ଅନ୍ୟପକ୍ଷରେ, ରାଜସ୍ଥାନର ନାଗୌରର ସାଂସଦ ହନୁମାନ ବେନିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ରାଷ୍ଟ୍ରୀୟ ଲୋକତାନ୍ତ୍ରୀକ ପାର୍ଟିର ରାଷ୍ଟ୍ରୀୟ ସଂଚାଳକ ବେନିୱାଲ ଏହା ପୂର୍ବରୁ ତାଙ୍କ ରିପୋର୍ଟ ନେଗେଟିଭ ଥିଲା ବୋଲି ଜଣାଇଥିଲେ, କିନ୍ତୁ ଆଇସିଏମଆର ଦ୍ୱାରା କରାଯାଇଥିବା ଯାଞ୍ଚରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କର କରୋନା ପରୀକ୍ଷା କରାଯାଇଛି। ସମସ୍ତ ସାଂସଦଙ୍କୁ ସାନିଟାଇଜର, ମାସ୍କ, ଗ୍ଲେବ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ସାମଗ୍ରୀର ଏକ କିଟ୍ ପଠାଯାଇଛି। ସଂସଦର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ମଧ୍ୟ ପରୀକ୍ଷା କରାଯାଇଥିଲା। ଅଧିବେଶନର ସମଗ୍ର ଅବଧି ମଧ୍ୟରେ କ୍ୟାମ୍ପସରେ ପରୀକ୍ଷା ସୁବିଧା ଉପଲବ୍ଧ ହେବ। ସେ କହିଛନ୍ତି ଯେ ଯଦି କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଭିଯୋଗ ଥାଏ, ତେବେ ସେମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories