ତାଳଚେର ମେଡ଼ିକାଲ କଲେଜ ଏକାଡେମିକ ବ୍ଲକ ଲୋକାର୍ପିତ

0

ଅନୁଗୁଳ : ଅନୁଗୁଳ ତାଳଚେର ଠାରେ ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଏମ.ଆଇ.ଏମ.ସି.ଆର)ର ଏକାଡେମିକ ବ୍ଲକର ଲୋକାର୍ପଣ ଉତ୍ସବ(ଏମ.ଆଇ.ଏମ.ସି.ଆର) ପରିସରରେ ଏକ କ୍ୟାନସର ୟୁନିଟ ଏବଂ ତାଳଚେର ରେଲୱେ ଷ୍ଟେସନରେ ଶୌଚାଳୟ ସମୂହର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଏମସିଏଲ ପକ୍ଷରୁ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡ଼ିକାଲ କଲେଜ (ଏମ.ଆଇ.ଏମ.ସି.ଆର) ପାଇଁ ୨୦୧୪ ମାର୍ଚ୍ଚ ୩ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା l ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି l (ଏମ.ଆଇ.ଏମ.ସି.ଆର)ରେ ଏକ ଶହେ ଆସନ ବିଶିଷ୍ଟ ମେଡ଼ିକାଲ କଲେଜ(ଭେଷଜ ମହାବିଦ୍ୟାଳୟ) ଏବଂ ୫ ଶହ ଶଯ୍ୟା ବିଶିଷ୍ଟ ଏକ ଚିକତ୍ସାଳୟ ଏକାଠି ହୋଇ ରହିବ l ଏହାଦ୍ୱାରା ତାଳଚେର ବାସୀ, ଅନୁଗୋଳ ବାସୀ, ପଡୋଶୀ ଜିଲ୍ଲା ସର୍ବପରି ଓଡ଼ିଶାବାସୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି l ପ୍ରକାଶଥାଉକି, ତାଳଚେର ବ୍ଲକ ଘଣ୍ଟପଡା ପଞ୍ଚାୟତର ବୈଷ୍ଣବ ରଗୁଡ଼ିଠାରେ ୧୪ ଏକର ଜମିରେ ଏହି ଏମ.ଆଇ.ଏମ.ସି.ଆର ନିର୍ମିତ ହୋଇଛି l ଆଗାମୀ ଏକାଡେମିକ ବର୍ଷରେ ଏଠାରେ ଛାତ୍ର ଛାତ୍ରୀମାନେ ନାମ ଲେଖାଇବେ ବୋଲି ଆଶା କରାଯାଉଛି l ସେହିପରି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏମସିଏଲ ସିଏସଆର ଯୋଜନାରେ ଇଷ୍ଟକୋଷ୍ଟ ରେଳବାଇ ଅଧିନସ୍ଥ ତାଳଚେର ରେଲୱେ ଷ୍ଟେସନର ସଂଚାର କ୍ଷେତ୍ରରେ ପୂର୍ବ ନିର୍ମିତ ଶୌଚାଳୟ ସମୂହ ପାଇଁ ହେବାକୁ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ l ଏଥିରେ ପୁରୁଷଙ୍କ ପାଇଁ ୩ଟି, ମହିଳାଙ୍କର ୩ଟି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ଉପଲବ୍ଧ ରହିବ l

Leave A Reply