nua o banner

ଠାକୁରମୁଣ୍ଡା ତହସିଲ ପକ୍ଷରୁ ଓଡିଶା ଲୋକସେବା ଅଧିନିୟମ ସଚେତନତା ଶିବିର

BJD Bijuli 480×75 Mob

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସଭାଗୃହରେ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ-୨୦୧୨ ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରଶାସନ ସହଯୋଗରେ ଠାକୁରମୁଣ୍ଡା ତହସିଲ ପକ୍ଷରୁ ଆୟୋଜିତ ଏହି ସଚେତନତା ଶିବିରରେ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକର ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଶିବିରରେ ଯୋଗ ଦେଇଥିଲେ । ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ଉପାଧ୍ୟକ୍ଷା ସୁଶ୍ରୀଜବାମଣି ଟୁଡୁ, ବିଡ଼ିଓ ବିଜୟ କୁମାର ନାୟକ, ଅତିରିକ୍ତ ତହସିଲଦାର ମନୋଜ କୁମାର କାର୍ଜି, ଏଚ ଆରଏମ ଏସ ଜିଲ୍ଲା ସଂଯୋଜକ ଭାଗୀରଥି ବେହେରା ଯୋଗଦେଇଥିଲେ। ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ୨୦୧୨ମସିହା ଠାରୁ କାର୍ୟ୍ୟକାରୀ ହେଉଥିବା ବେଳେ ଅଧିନିୟମ ଅନୁଯାୟୀ ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଗୁଡିକରେ ପାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜନସାଧାରଣ ଜାଣି ପାରୁନଥିବାରୁ ଶିବିର ଆୟୋଜନର ଉଦେଶ୍ୟ ବୋଲି ତହସିଲଦାର ପ୍ରକାଶ କରିଥିଲେ । ତହସିଲ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜନସାଧାରଣଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଗୁଡିକ ସମ୍ପର୍କରେ ଅତିରିକ୍ତ ତହସିଲଦାର ସୂଚନା ଦେଇଥିଲେ। ସେହିପରି ରାଜ୍ୟ ସରକାର କାର୍ୟ୍ୟକାରୀ କରିଥିବା ୫-ଟି ଯୋଜନା ସମ୍ପର୍କରେ ବିଡ଼ିଓ ଅବଗତ କରାଇଥିଲେ। ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଦିବାକର ମାଝୀ, ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲ ମହୁଲଡିହା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ , କୃଷି ଅଧିକାରୀ କବିତା ବେହେରା, ଲ୍ୟାମ୍ପସ ଅଧିକାରୀ ଅନ୍ତର୍ୟ୍ୟାମୀ ଭୋଇ ପ୍ରମୁଖ ନିଜନିଜ ବିଭାଗ ଗୁଡିକରେ ଲୋକେ ସୁବିଧା ପାଉଥିବା ସରକାରୀ ଯୋଜନା ଗୁଡିକୁ ଆଲୋକପାତ କରିଥିଲେ ।

Comments are closed.