www.samajalive.in
Friday, December 12, 2025
16.1 C
Bhubaneswar

ସରପଞ୍ଚ ମହାସଂଘ ପକ୍ଷରୁ ୪ରେ ଧାରଣା

ବଡସାହି : ଓଡିଶା ସରପଞ୍ଚ ମହାସଂଘ ପକ୍ଷରୁ ୧୧ଦଫା ଦାବି ନେଇ ଆସନ୍ତା ୪ତାରିଖରେ ଭୂବନେଶ୍ୱର ଲୋୟାର ପିଏମଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସଂଘର ରାଜ୍ୟ ସମ୍ପାଦକ ତଥା ବଡ଼ସାହି ବ୍ଳକ କୋଚିଲାଖଣ୍ଟା ସରପଞ୍ଚ ନରେନ୍ଦ୍ର ସିଂ ପ୍ରେସ୍‍ ବିବୃତିରେ ଜଣାଇଛନ୍ତି। ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ ଓ ୱାର୍ଡ ସଭ୍ୟ ଭାଇଭଉଣୀ ମାନେ ଏଥିରେ ସାମିଲ ହୋଇ ଦିନ ୧୧ଟାରୁ ମାଷ୍ଟର କେଣ୍ଟିନ ଛକ ଠାରୁ ଶାନ୍ତିଶୃଙ୍ଖଳାର ସହିତ ଏକ ରାଲିରେ ଯାଇ ଲୋୟାର ପିଏମଜି ଠାରେ ପହଞ୍ଚି ଧାରଣା ଦେବେ। ଦାବି ଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଶ୍ରୀ ସିଂ ଜଣାଇଛନ୍ତି। ଏହି ଧାରଣାରେ ସାମିଲ ହେବା ପାଇଁ ସମସ୍ତ ସରପଞ୍ଚ ଓ ୱାର୍ଡ ସଭ୍ୟମାନଙ୍କୁ ରାଜ୍ୟ ମହାସଂଘ ପକ୍ଷରୁ ନିବେଦନ କରିଛନ୍ତି। ଆର୍ଥିକବର୍ଷ ଶେଷ ସମୟରେ ଏପରି ଧାରଣା ଫଳରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବାଧାପ୍ରାପ୍ତ ହେବ ବୋଲି ଶଙ୍କା ଦେଖାଦେଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories