www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା

କେଣ୍ଟୁକି : ଆମେରିକାର କେଣ୍ଟୁକି ରାଜ୍ୟରେ ‘ଘୃଣା ଅପରାଧ’କ୍ରମେ ଏକ ମନ୍ଦିର ଭଙ୍ଗାରୁଜା ହୋଇଛି। ଲୁଇଭିଲେର ବ୍ରାଡସ୍‌ଟାଉନ୍‌ ରୋଡସ୍ଥିତ ସ୍ବାମୀନାରାୟଣ ମନ୍ଦିରକୁ କିଛି ଦୁର୍ବୃତ୍ତ ରବିବାର ରାତିରେ ଓ ମଙ୍ଗଳବାର ସକାଳେ ଭାଙ୍ଗିବା ସହ କାନ୍ଥ ଓ ପ୍ରତିମୂର୍ତ୍ତିରେ କଳା ବୋଳି ଦେଇଛନ୍ତି। ଠାକୁରଙ୍କ ସିଂହସନକୁ ଛୁରିକାଘାତ କରିଛନ୍ତି। ଝରକା ଓ ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଛନ୍ତି। ‘ଯିଶୁ ହିଁ ଏକମାତ୍ର ଈଶ୍ବର’ ବୋଲି ଏହାର କାନ୍ଥରେ ଲେଖିଥିବା ଦେଖାଯାଇଛି। ଏହି ଘଟଣା ନେଇ ସ୍ଥାନୀୟ ଭାରତୀୟ-ଆମେରିକୀୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପକାଶ ପାିବା ପରେ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଲୁଇଭିଲେ ମେୟର ଗ୍ରେଗ୍‌ ଫିସର ଘଟଣାର ନିନ୍ଦା କରିଛନ୍ତି। କେଣ୍ଟୁକି ରାଜ୍ୟ ପ୍ରତିନିଧି ନିମା କୁଲକର୍ଣ୍ଣି କହିଛନ୍ତି ଯେ ଏହା ଭାରତୀୟଙ୍କ ଧର୍ମ ବିଶ୍ବାସ ପ୍ରତି ଆଘାତ। ଆମେରିକାରେ ଏଭଳି ଘଟଣା ନୂଆ ନୁହେଁ। ୨୦୧୫ ଏପ୍ରିଲରେ ଉତ୍ତର ଟେକ୍ସାସରେ ଏକ ମନ୍ଦିର ଭଙ୍ଗାରୁଜା କରାଯିବା ସହ ଅଶ୍ଳୀଳ ମନ୍ତବ୍ୟ ଉଲ୍ଲେଖ କରାଯାଇଥିଲା। ସେହିବର୍ଷ ଫେବୃଆରୀରେ ସିଟେଲ ମେ​‌େ​‌ଟ୍ରାପଲିଟାନ୍‌ ଅଞ୍ଚଳ ଓ କେଣ୍ଟରେ ମଧ୍ୟ ଏଭଳି ଘଟଣା ଘଟିଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories