www.samajalive.in
Monday, December 15, 2025
14.1 C
Bhubaneswar

ସରିଲା ମାଟ୍ରିକ୍‌ ପରୀକ୍ଷା : ୨୦ରୁ ଖାତାଦେଖା

କଟକ : ଶେଷ ହୋଇଛି ଚଳିତବର୍ଷ ମାଟ୍ରିକ ପରୀକ୍ଷା। ଶନିବାର ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ୪୩ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ସମସ୍ତ ବିଷୟ ପରୀକ୍ଷାରେ ମୋଟ ୧୫୬ ଜଣ ପରୀକ୍ଷାର୍ଥୀ ଅସଦ୍‌ ଉପାୟ ଅବଲମ୍ବନ କରି ମାଲ ପ୍ରକ୍ଟିସରେ ବୁକ ହୋଇଛନ୍ତି। ଚଳିତ ଥର ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ପ୍ରଶ୍ନପତ୍ରକୁ ନେଇ ତ୍ରୁଟି ଦେଖା ଦେଇଥିଲା। ଏହାର ତର୍ଜମା କରାଯାଉଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଆସନ୍ତା ୨୦ ତାରିଖରୁ ଖାତାଦେଖା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।
ସୂଚନା ଥାଉକି, ଓଡ଼଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଗତ ୨୯ ତାରିଖଠାରୁ ମାଟ୍ରିକ ସମ୍ମେଟିଭ- ୨ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତଥର ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ପାଇଁ ୩ ହଜାର ୫୪୦ ଟି ପରୀକ୍ଷା କେନ୍ଦ୍ର ହୋଇଛି। ତନ୍ମଧ୍ୟରୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୩ ହଜାର ୨୦୩ଟି କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟର ୯ ହଜାର ୩୭୮ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୨୧୫ଟି ପରୀକ୍ଷା କେନ୍ଦ୍ର ଏବଂ ସଂସ୍କୃତ ମଧ୍ୟମା ରେ ୪ ହଜାର ୪୪୩ ଜଣ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ୧୨୨ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ସେହିଭଳି ପ୍ରଶ୍ନପତ୍ର ରଖିବା ନିମନ୍ତେ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷାରେ ସ୍ବଚ୍ଛତା ରଖିବା ବା କପି ରୋକିବାକୁ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ଭାବେ ୩୮ଟି ସ୍କ୍ୱାର୍ଡ଼ ଏବଂ ଜିଲାସ୍ତରରେ ୬୫ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ଗଠନ ହୋଇଥିଲା।
ପାଠ୍ୟକ୍ରମ ବାହାର ପ୍ରଶ୍ନର ହେବ ତର୍ଜମା 
ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ଇଂରାଜୀ ବିଷୟ ରହିଥିଲା। ସେଥିରେ କିଛି ପ୍ରଶ୍ନ ପାଠ୍ୟକ୍ରମ ବାହାରୁ ଆସିଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ ଉଠାଇଥିଲେ। ଏହାକୁ ଏନେଇ ଉତ୍ତର ରଖିଛନ୍ତି ବୋର୍ଡ ସଭାପତି। ଶ୍ରୀ ହାଜରା କହିଛନ୍ତି ପାଠ୍ୟକ୍ରମ ବାହାରୁ କୌଣସି ପ୍ରଶ୍ନ ଆସିନାହିଁ। କେତେକ ବିଷୟରୁ ପ୍ରଶ୍ନ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। ହେଲେ ଉକ୍ତ ବିଷୟରୁ କେତେକ ପ୍ରଶ୍ନ ଆସିଛି। ମୂଲ୍ୟାୟନ ସମୟରେ ଏହା ବିଚାରକୁ ନିଆଯିବ ବୋଲି ଶ୍ରୀ ହାଜରା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories