www.samajalive.in
Monday, December 15, 2025
27.1 C
Bhubaneswar

ବାହାରିଲା ମାଟ୍ରିକ ପରୀକ୍ଷା ଫଳ; ବଲାଙ୍ଗୀରରେ ପାସହାର ୭୩.୮ ପ୍ରତିଶତ

ବଲାଙ୍ଗୀର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ମାଟ୍ରିକ୍‍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ବଲାଙ୍ଗୀର ଜିଲାରେ ପାସ୍ ହାର ପ୍ରାୟ ୭୩.୦୮ ପ୍ରତିଶତ ରହିଥିବା ଜଣାପଡିଛି। ଜିଲାରେ ମୋଟ ୧୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଛନ୍ତି। ଏ-୧ ଗ୍ରେଡରେ ପାସ୍‍ କରିଥିବା ସମସ୍ଥ ଛାତ୍ରଛାତ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବୋଲି ଜଣାପଡ଼ିଛି। ତେବେ ଫଳାଫଳରେ ସାଧାରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପଛରେ ରହିଥିବା ବେଳେ ଘରୋଇ ବିଦ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ବାଜି ମାରିନେଇଛନ୍ତି। ଫଳାଫଳ ଘୋଷଣା ହେବା ପରେ ଏହି ଘରୋଇ ସ୍କୁଲ ମାନଙ୍କରେ ଖୁସିର ଲହରୀ ଖେଳିଯାଇଛି। ଟିଟିଟଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସିଦ୍ଧାର୍ଥ ରାଏ ୯୨.୬୬ ପ୍ରତିଶତ ମାର୍କ ରଖି ଜିଲାସ୍ତରରରେ ଟପର ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଚଳିତ ବର୍ଷ ବଲାଙ୍ଗୀର ଜିଲାର ପାସହାର ୭୩.୮ ପ୍ରତିଶତ ରହିଛି। ଚଳିତ ବର୍ଷ ବଲାଙ୍ଗୀର ଜିଲାର ୩୬୩ଟି ସରକାରୀ ଉଚ୍ଚବିଦ୍ୟାଳୟ ଓ ଘରୋଇ ରାଜ୍ୟ ବୋର୍ଡ ଅଧିନରେ ଥିବା ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ସମୁଦାୟ ୨୩ ହଜାର୧୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ପ୍ରାୟ ୨୨ ହଜାର ୫୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୬୩୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ସେହିପରି ପ୍ରାୟ ୨୯ଜଣ ଛାତ୍ରଛାତ୍ରୀ ବିଭିନ୍ନ ସମୟରେ କପି କରୁଥିବା ବେଳେ ସ୍କ୍ୱାର୍ଡ ହାତରେ ଧରାପଡି ସେମାନଙ୍କୁ ଏକ୍ସଫେଲ କରାଯାଇଥିଲା। ତେବେ ବଲାଙ୍ଗୀର ଜିଲାରେ ମାଟ୍ରିକ ଫଳାଫଳ ସେତେଟା ଭଲ ହୋଇନଥିବା ବେଳେ କେବଳ ୧୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଥିବା ଜଣାପଡିଛି। ସେହିପରି ୧୬୩ ଜଣ ଏ-୨, ୪୮୧ ଜଣ ବି-୧, ୧୨୭୧ଜଣ ବି-୨, ୩୧୩୯ଜଣ ସି, ୫୫୮୯ ଜଣ ଡି, ୫୮୦୩ ଜଣ ଇ, ୬୦୬୪ଜଣ ଏଫ ଗ୍ରେଡରେ ପାସ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ସମୁଦାୟ ୧୬ହଜାର୪୬୦ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଏଥିରେ ୭୮୬୨ ଜଣ ଛାତ୍ର ଓ ୮୫୯୮ ଜଣ ଛାତ୍ରୀ ରହିଥିବା ଜଣାପଡ଼ିିଛି। ଅର୍ଥାତ ବଲାଙ୍ଗୀର ଜିଲାରେ ମଧ୍ୟ ଛାତ୍ର ଅପେକ୍ଷା ଛାତ୍ରୀଙ୍କ ଫଳାଫଳ ଭଲ ରହିଥିବା ସୂଚନା ମିଲିଛି। ବଲାଙ୍ଗୀର କଦମପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସାତ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ଉତ୍ତିିର୍ଣ୍ଣ ହୋଇଥିବା ସୂଚନା ମିଳିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories