www.samajalive.in
Sunday, December 7, 2025
23.1 C
Bhubaneswar

ମାଟ୍ରିକ ପରୀକ୍ଷା କେନ୍ଦ୍ର ବାହାରେ ପିଟାପିଟି, ୭ଜଣ ପରୀକ୍ଷାର୍ଥୀଙ୍କ କପି ଧରିଲା ଏଆଇ କ୍ୟାମେରା

ଆନନ୍ଦପୁର: ମାଟ୍ରିକ ପରୀକ୍ଷା କେନ୍ଦ୍ର ବାହାରେ ତୁମୁଳକାଣ୍ଡ। ଘସିପୁରା ଥାନା ଦେଓଗାଁସ୍ଥିତ ପରୀକ୍ଷା କେନ୍ଦ୍ର ବାହାରେ ହାତାହାତି ହୋଇଥିବା ସୂଚନା ମିଳିଛି। ବରିପାଳ ଓ ତରିମୁଳ ଗାଁ ଭିତରେ ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। କପି ଚେକିଂ ପାଇଁ ସ୍କ୍ୱାର୍ଡ ଆସିବା ପରେ ଦୁଇ ଗାଁ ଭିତରେ ପିଟାପିଟି ହୋଇଥିଲା।

ଅପରପପକ୍ଷରେ ସମ୍ବଲପୁର ଜୋନରେ କପି କରୁଥିବାବେଳେ ୭ଜଣ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଛି। ସମ୍ବଲପୁର ଜୋନରେ ପ୍ରଥମ ଥର ପାଇଁ କପି କରୁଥିବା ୭ଜଣ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଛି। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ଏଆଇ କ୍ୟାମେରା ପରୀକ୍ଷା କେନ୍ଦ୍ର ଉପରେ ନଜର ରଖିଛି। ଫଳରେ ୭ଜଣ ଜଣ ଛାତ୍ରଛାତ୍ରୀ କପି କରୁଥିବା ସମ୍ପର୍କରେ ବୋର୍ଡକୁ ସୂଚନା ଦେଇଛି। ସୂଚନା ମିଳିବା ପରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories