www.samajalive.in
Sunday, November 16, 2025
15.1 C
Bhubaneswar

ପୂର୍ବାହ୍ନ ୧୧ଟାରେ ପ୍ରବେଶ: ଜାଣନ୍ତୁ ପଡ଼ିଆକୁ କ’ଣ ନେଇପାରିବେନି ?

କଟକ : ବାରବାଟୀରେ ଭାରତ- ଇଂଲଣ୍ଡ ମଧ୍ୟରେ ସାଧାରଣ ଦର୍ଶକଙ୍କ ପାଇଁ ପୂର୍ବାହ୍ନ ୧୧ଟାରେ ଫାଟକ ଖୋଲିବ। ତେବେ ଦର୍ଶକମାନେ ଧାଡ଼ିରେ ଆସି ଷ୍ଟାଡ଼ିୟମକୁ ପ୍ରବେଶ କରିବେ। କୌଣସି ଅଘଟଣକୁ ଏଡ଼ାଇବାକୁ ପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗ ସଜାଗ ରହିଛନ୍ତି। ଟିକଟ ସମୟରେ ଅବ୍ୟବସ୍ଥା ଦେଖାଦେଉଥିବାରୁ ଦର୍ଶକଙ୍କ ମୁଣ୍ଡ ଉପରେ ପାଲ ଭିଡ଼ା ବ୍ୟବସ୍ଥା କରାଯାଇଛି। ଏଥିସହ ମେଡ଼ିକାଲ ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଥିବା ଜଣାପଡ଼ିଛି। ଯେଉଁ ଦର୍ଶକ ଖେଳ ଅଧାରୁ ବାହାରକୁ ଆସିବେ ସେମାନେ ଦ୍ବିତୀୟ ଥର ପାଇଁ ଆଉ ପ୍ରବେଶ କରିପାରିବେ ନାହିଁ ବୋଲି ଆୟୋଜକ ସୂତ୍ରରୁ ଜଣାପଡ଼ିଛି।ସେପଟେ ଷ୍ଟାଡିୟମ୍‌ର ସବୁ ଗ୍ୟାଲେରି ଓ ପାଭଲିୟନ୍‌ ପିଇବା ପାଣି, ଶୁଖିଲା ଖାଦ୍ୟ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି। ଦର୍ଶକମାନେ ସାଙ୍ଗରେ କୌଣସି ଖାଦ୍ୟପଦାର୍ଥ କିମ୍ବା ଓ ପିଇବା ପାଣି ନେଇ ପାରିବେ ନାହିଁ। ସେହିପରି ବାଇନାକୁଲାର, ବାଡ଼ିରେ ବନ୍ଧା ହୋଇଥିବା ପତାକା, ରେଡିଓ, ଡିଜିଟାଲ୍‌ କ୍ୟାମେରା, ପାଣି ପାଉଚ୍‌, ମାଦକ ଦ୍ରବ୍ୟ, ଗୁଟ୍‌ଖା, ବିଡ଼ି, ସିଗାରେଟ୍‌, ପାନ ମସଲା ଓ ଭଙ୍ଗା ହୋଇଥିବା ପାନ ସାଙ୍ଗରେ ନେଇପାରିବେ ନାହିଁ। ତେଣୁ ଦର୍ଶକମାନେ ଏଗୁଡ଼ିକୁ ଘରୁ ନଆଣିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଦର୍ଶକମାନେ ସାଙ୍ଗରେ କେବଳ ମୋବାଇଲ୍‌ ଫୋନ୍‌, ଟିକଟ କିମ୍ବା ପାସ୍‌, ନିଜର ପରିଚୟପତ୍ର ଆଣିବା ଲାଗି ସୂଚନା ଦିଆଯାଇଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories