www.samajalive.in
Saturday, December 6, 2025
26.1 C
Bhubaneswar

୨୦୦୭ରୁ ଭାରତ ହାରିନି, ଜିତିଛି କ୍ରମାଗତ ୭ ମ୍ୟାଚ

କଟକ  : ବାରବାଟୀ ଷ୍ଟାଡ଼ିୟମରେ ମୋଟ୍‌ ୧୯ଟି ଦିିନିକିଆ ଖେଳାଯାଇଛି। ସେଥିମଧ୍ୟରୁ ଘରୋଇ ଭାରତ ୧୭ଟି ମ୍ୟାଚ ଖେଳି ୧୩ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଭାରତ ବାରବାଟୀ ଷ୍ଟାଡ଼ିୟମରେ କ୍ରମାଗତ ଭାବେ ଶେଷ ୭ଟି ମ୍ୟାଚ ବିଜୟୀ ହୋଇଛି। ଦଳ ୨୦୦୭ରୁ ଖେଳିଥିବା ସମସ୍ତ ଦିନିକିଆ ମ୍ୟାଚ ଜିତିଛି। ଶେଷ ଥର ପାଇଁ ଭାରତ ବାରବାଟୀ ଷ୍ଟାଡ଼ିୟମରେ ୨୦୦୩ରେ ନ୍ୟୁଜିଲାଣ୍ଡ ନିକଟରୁ ୪ ୱିକେଟରେ ପରାଜିତ ହୋଇଥିଲା। ଏହା ଥିଲା ବାରବାଟୀରେ ପ୍ରଥମ ଫ୍ଳଡ ଲାଇଟ୍‌ ମ୍ୟାଚ । ଏହା ପରେ ଉକ୍ତ ଗ୍ରାଉଣ୍ଡରେ ଭାରତ ୭ଟି ଦିନିକିଆ ଖେଳି ୭ଟି ଯାକ ବିଜୟୀ ହୋଇଛି। ଉକ୍ତ ଗ୍ରାଉଣ୍ଡରେ ଭାରତ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୪ଟି ମ୍ୟାଚ ଖେଳି ଦୁଇଟି ବିଜୟ ଓ ଦୁଇଟି ପରାଜିତ ହୋଇଛି।
୨୦୦୩ରେ ଭାରତ ​‌ଶେଷ ଥର ପାଇଁ ବାରବାଟୀରେ ଦିନିକିଆ ମ୍ୟାଚ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ଏହା ପରଠାରୁ ଭାରତ ଏଠାରେ ଖେଳିଥିବା ୭ଟି ଯାକ ଦିନିକିଆରେ ବିଜୟୀ ହୋଇଛି।
୨୦୦୭ ଜାନୁଅୀରୀ ୨୪ରେ ୱେଷ୍ଟଇଣ୍ଡିଜ୍‌କୁ ୨୦ରନ​‌ରେ, ୨୦୦୮ ନଭେମ୍ବର ୨୬ରେ ଇଂଲଣ୍ଡକୁ ୬ ୱିକେଟରେ,୨୦୦୯ ଡିସେମ୍ବର ୨୧ରେ ଶ୍ରୀଲଙ୍କାକୁ ୭ ୱିକେଟରେ,୨୦୧୧ ନଭେମ୍ବର ୨୯ରେ ୱେଷ୍ଟଇଣ୍ଡିଜ୍‌କୁ ୧ ୱିକେଟରେ,୨୦୧୪ ନଭେମ୍ବର ୨ରେ ୧୬୯ରନରେ ଶ୍ରୀଲଙ୍କାକୁ, ୨୦୧୭ ଜାନୁଆରୀ ୧୯ରେ ୧୫ରନରେ ଇଂଲଣ୍ଡକୁ ଓ ୨୦୧୯ ଡିସେମ୍ବର ୨୨ରେ ୪ ୱିକେଟରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ଟି ଦିନିକିଆ ମ୍ୟାଚ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ଓ ଇଂଲଣ୍ଡ ଦୁଇଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି। ୧୯୮୨ ଜାନୁଆରୀ ୨୭ରେ ଭାରତ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିବାବେଳେ ୧୯୮୪ ଡିସେମ୍ବର ୨୭ରେ ଇଂଲଣ୍ଡ ୧ରନରେ ଭାରତକୁ ପରାସ୍ତ କରିଥିଲା। ୨୦୦୨ ଜାନୁଆରୀ ୨୨ରେ ଇଂଲଣ୍ଡ ୧୬ରନରେ ବିଜୟୀ ହୋଇଥିବାବେଳେ ୨୦୦୮ ନଭେମ୍ବର ୨୬ରେ ଭାରତ ୬ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories