www.samajalive.in
Tuesday, December 9, 2025
23.1 C
Bhubaneswar

ସଚେତନତାରେ ମାସ୍କ ବାଣ୍ଟିଲେ ବିଜେଡ଼ି ନେତା

ବଲାଙ୍ଗିର:ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟ ସାରା କରୋନା ପାଇଁ ରାଜ୍ୟବାସୀଙ୍କୁ ସଚେତନ କରିବା ପାଇଁ ଶାସକ ବିଜେଡି ଦଳ ନିଷ୍ପତ୍ତି ନେଇଥିବା ବେଳେ ସୋମବାର ଥିଲା ଶେଷ ଦିନ। ଆଉ ଶେଷ ଦିନରେ ବଲାଙ୍ଗିର ସହରରେ ବିଜେଡି ଯୁବ ନେତା ଅର୍କେଶ ନାରାୟଣ ସିଂହଦେଓ ପତ୍ନୀ ଅଦ୍ରିଜା ମଞ୍ଜରୀ ଓ ଅନ୍ୟ ବିଜେଡି କର୍ମକର୍ତ୍ତାଙ୍କ ସହ ବୁଲି ମାସ୍କ, ଲିଫ୍‍ଟେଲ୍‍ ଆଦି ବାଣ୍ଟିବା ସହ ସଚେତନତାର ବାର୍ତ୍ତା ଦେଇଥିଲେ ।
କୋଶଳ କଳାମଣ୍ଡଳରୁ ବାହାରିବା ପରେ ସଚେତନ ହୋଇଥିଲେ ବିଜେଡି ନେତାଏ ଓ କର୍ମୀମାନେ। ମୁଖ୍ୟ ରାସ୍ତାକୁ ଆସିବା ପରେ ସାମାଜିକ ଦୂରତା ରଖି ସହର ପରିକ୍ରମା କରିଥିଲେ, ମୁହଁରେ ଠିକ୍‍ ଭାବେ ମାସ୍କ ପିନ୍ଧିଥିଲେ। ଏହିକ୍ରମରେ ଯୁବ ନେତା ଶ୍ରୀ ସିଂହଦେଓ ଓ ପତ୍ନୀ ତଥା କର୍ମୀମାନେ ସହରର ଦୋକାନୀ, ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ। ସାବୁନରେ ନିୟମିତ ବ୍ୟବଧାନରେ ହାତ ଧୋଇବା, ଆବଶ୍ୟକ ନଥିଲେ ଘରୁ ନବାହାରିବା, ସାମାଜିକ ଦୂରତା ରକ୍ଷା କରିବା ସହ କରୋନା ପ୍ରତି ସଚେତନ ରହିବାକୁ ବାର୍ତ୍ତା ଦେଇଥିଲେ। କୋଶଳ କଳାମଣ୍ଡଳରୁ ବାହାରିଥିବା ସଚେତନତା ଶୋଭାଯାତ୍ରାକୁ ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓ ଶୁଭାରମ୍ଭ କରିଥିଲେ। ବିଜେଡି କର୍ମୀମାନେ ଭାଗିରଥୀ ଛକ, ଟିକ୍ରାପଡ଼ା ଗାନ୍ଧୀ ପାଠାଗାର ଛକ, ଦୈନିକ ବଜାର, ସମଲେଇ ମନ୍ଦିର, ସରକାରୀ ବସ୍‍ଷ୍ଟାଣ୍ଡ, କଚେରୀ ଛକ ଦେଇ କଳା ମଣ୍ଡଳ ପଡ଼ିଆକୁ ଫେରିବା ପରେ କାର୍ଯ୍ୟକ୍ରମ ଉଦ୍‍ଯାପିତ ହୋଇଥିଲା। ଆଜିର ଏହି ସଚେତନତା ଅଭିଯାନରେ ବଲାଙ୍ଗିର ସହର, ସଦର ବ୍ଲକ, ଦେଓଗାଁ ବ୍ଲକ, ପୁଇଁନ୍ତଲା ବ୍ଲକ, ବିଜେଡିର ବରିଷ୍ଠ ନେତୃତ୍ୱଙ୍କ ସହିତ ଯୁବ, ଛାତ୍ର, ମହିଳା ଶାଖାର ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟୃ ଯେ, ପୂର୍ବରୁ ବଲାଙ୍ଗିର ଓ ଦେଓଗାଁ ବ୍ଲକରେ ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଜନସଚେତନତା ଅଭିଯାନ କରାଯାଇଥିଲା।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories