www.samajalive.in
Monday, December 15, 2025
17.1 C
Bhubaneswar

ମକ୍କା ମସଜିଦ୍‌ ବିସ୍ଫୋରଣର ମାମଲା: ସ୍ବାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ଅଭିଯୁକ୍ତ ଖଲାସ

ନୂଆଦିଲ୍ଲୀ: ଏନଆଇଏର ସ୍ୱତନ୍ତ୍ର କୋର୍ଟ ୨୦୦୭ରେ ମକ୍କା ମସ୍‌ଜିଦ୍‌ରେ ଘଟିଥିବା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀ ଅସୀମାନନ୍ଦଙ୍କୁ ହଇଦ୍ରାବାଦସ୍ଥିତ ନାମାପଲ୍ଲୀ କୋର୍ଟରେ ହାଜର କରାଯାଇ ଥିଲା। ଏହି ବିସ୍ଫୋରଣରେ ୯ଜଣ ପ୍ରାଣ ହରାଇ ଥିଲେ। ଏନଆଇଏର ଏହି ମାମଲାର ମେଟ୍ରୋପଲିଟନ୍‌ ବେଞ୍ଚ ଓ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ସମ୍ପନ୍ନ ହୋଇଯାଇଛି। ଗତ ସପ୍ତାହରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣିକୁ ୧୬ଏପ୍ରିଲକୁ ଘୁଞ୍ଚାଇ ଦିଆଯାଇ ଥିଲା। ୧୮ମେ ୨୦୦୭ ଶୁକ୍ରବାର ମକ୍କା ମସଜିଦ୍‌ରେ ନମାଜ ଚାଲିଥିବାବେଳେ ଏଭଳି ବିସ୍ଫୋରଣ ଘଟିଥିଲା। ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୮ଜଣ ଗୁରୁତର ହୋଇଥିଲେ। ଏହି ମାମଲାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥାନୀୟ ପୁଲିସ ଦ୍ୱାରା ତଦନ୍ତ କରାଯାଇ ଥିବାବେଳେ ପରେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇ ଥିଲା। ସିବିଆଇ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଇ ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇ ଥିଲା। ୨୦୧୧ରେ ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯାଇ ଥିଲା। ମାମଲାର ତଦନ୍ତ ପରେ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ମୋଟ୍‌ ୧୦ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇ ଥିଲା। ତେବେ ମାମଲାର ଚୂଡ଼ାନ୍ତ ରାୟରେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରି ଦେଇଛନ୍ତି। ମାମଲାରେ ଏନଆଇଏ ଦ୍ବାରା ପ୍ରଦତ୍ତ ପ୍ରମାଣ ପର୍ଯ୍ୟାପ୍ତ ନୁହେଁ ବୋଲି କୋର୍ଟ ତାଙ୍କ ଚୂଡ଼ାନ୍ତ ରାୟରେ ପ୍ରକାଶ କରିଛନ୍ତି। ମାମଲାରେ ମୋଟ୍ ୨୨୬ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବା ସହ ୪୧୧ଟି ଦସ୍ତାବିଜକୁ ପ୍ରମାଣ ଭାବରେ କୋର୍ଟରେ ଦାଖଲ କରାଯାଇ ଥିଲା। ୨୦୧୧ରେ ମାମଲାର ଅନ୍ୟତମ ଅଭିଯୁକ୍ତ ସ୍ବାମୀ ଅସୀମାନନ୍ଦ ମଧ୍ୟ କୋର୍ଟରେ ହାଇଦ୍ରାବାଦର ମକ୍କା ମସଜିଦ, ଆଜମେର ଦରଘାରେ ହୋଇଥିବା ବିସ୍ଫୋରଣରେ ସମ୍ପୃକ୍ତ ବୋଲି ସ୍ବୀକାର କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ତାଙ୍କ ସ୍ବୀକାରୋକ୍ତିରୁ ଓହରି ଯାଇଥିାଲେ। ଏନଆଇଏର ଚାପ ହେତୁ ସେ ଏଭଳି ଭୁଲ ସତ୍ୟପାଠ କରିଥିବା କୋର୍ଟରେ ପ୍ରକାଶ କରିଥିଲେ। ପରେ ପରେ ୬୪ଜଣ ସାକ୍ଷୀ ମଧ୍ୟ ସେମାନଙ୍କ ସାକ୍ଷ୍ୟରୁ ଓହରି ଯାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories