ଭୁବନେଶ୍ୱର : ମାରୁତି ସୁଜୁକି ପକ୍ଷରୁ ନୂଆ ଏକ୍ସଏଲ୍୬ର ବଜାର ପ୍ରବେଶ ହୋଇଯାଇଛି। ରାଜଧାନୀର ନେକ୍ସା ରାଜଭବନ ଏବଂ ନେକ୍ସା ଟ୍ବିନ୍ ସିଟିଠାରେ ଏହାର ବଜାର ପ୍ରବେଶ କରାଯାଇଛି। ନେକ୍ସା ରାଜଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶୋ ’ ରୁମ୍ର ସିଇଓ ପୁରୁଷୋତ୍ତମ ବୁଦ୍ଧରାଜ ଉପସ୍ଥିତ ଥିଲେ। ସେହିଭଳି ନେକ୍ସା ଟ୍ବିନ୍ ସିଟିଠାରେ ଅନୁଷ୍ଠିତ ବଜାର ପ୍ରବେଶ ଅବସରରେ ଏମ୍ଡି ଅବିନାଶ ସିଂଘାଣିଆ, ଟିଏସ୍ଏମ୍ ଅନୁଭବ ଏବଂ ଶୋ’ ରୁମ୍ର ମ୍ୟାନେଜର ଅମିତ୍ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ମାରୁତିର ନେକ୍ସା ଡିଲରଶିପ୍ ଜରିଆରେ ବିକ୍ରି ହେବାକୁ ଥିବା ଏହି ନୂଆ ଏକ୍ସଏଲ୍୬ ବିଏସ୍ ଭିଆଇ କେ ୧୫ ପେଟ୍ରୋଲ ଇଞ୍ଜିନ୍ ଦ୍ବାରା ପରିଚାଳିତ। ଏଥିରେ ପ୍ରୋଗ୍ରେସିଭ୍ ସ୍ମାର୍ଟ ହାଇବ୍ରିଡ୍ ଟେକ୍ନୋଲୋଜି ସଂଯୁକ୍ତ। ନିଜର ଗାଡିକୁ ଏକ ସ୍ପୋର୍ଟି ଲୁକ୍ ଦେବାକୁ ଚାହୁଁଥିବା ଗ୍ରାହକଙ୍କୁ ନୂଆ ଏକ୍ସଏଲ୍୬ ବେଶ ସୁହାଇବ। ଏହା ଚାଳକଙ୍କୁ ଅଧିକ କମ୍ଫର୍ଟ, ସ୍ପେଶ ଏବଂ ପରଫରମାନ୍ସ ଦେବ।
Popular Categories



