nua o banner

ସହିଦ ଯବାନଙ୍କ ସନ୍ତାନଙ୍କ ପଢା ଖର୍ଚ୍ଚ ସଂକ୍ରାନ୍ତ କଟକଣା ପ୍ରତ୍ୟାହୃତ

BSKY banner  750×100
0

ନୂଆଦିଲ୍ଲୀ : କର୍ମକ୍ଷେତ୍ରରେ ସହିଦ ହୋଇଥିବା ଯବାନ କିମ୍ବା ସାମରିକ ଅଧିକାରୀଙ୍କ ସନ୍ତାନଙ୍କ ପଢା ଖର୍ଚ୍ଚ ତୁଲାଇବା ଉପରେ ଯେଉଁ କଟକଣା ରହିଥିଲା, ତାହାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁଯାୟୀ କର୍ମକ୍ଷେତ୍ରରେ ସହିଦ, ନିଖୋଜ କିମ୍ବା ବିକଳାଙ୍ଗ ହୋଇଥିବା ସାମରିକ କର୍ମଚାରୀଙ୍କ ପିଲାଙ୍କୁ ପଢା ଖର୍ଚ୍ଚ ବାବଦରେ ମାସିକ ସର୍ବାଧିକ ୧୦,୦୦୦ ଟଙ୍କା ପ୍ରଦାନ କରାଯାଉଥିଲା। ତେବେ ଅର୍ଥ ମନ୍ତ୍ରଣାଳୟ ଗୁରୁବାର ଏହି କଟକଣାକୁ ଉଠାଇ ଦେଇଛନ୍ତି। ଏଣିକି ସହିଦଙ୍କ ପିଲାଙ୍କ ପଢା ଖର୍ଚ୍ଚ, ହଷ୍ଟେଲ, ବହିପତ୍ର, ୟୁନିଫର୍ମ କିଣା ଖର୍ଚ୍ଚ ଯାହା ହେବ, ତାହାକୁ ସରକାର ସମ୍ପୂର୍ଣ୍ଣଭାବେ ବହନ କରିବେ ବୋଲି ଜଣାପଡିଛି।
୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ଅବଦାନକୁ ସ୍ମରଣୀୟ କରିବାକୁ ସରକାର ସେତେବେଳେ ସେମାନଙ୍କ ପିଲାଙ୍କ ପଢା ଖର୍ଚ୍ଚ ତୁଲାଇବାକୁ ଏଭଳି ଯୋଜନା ପ୍ରଣୟନ କରିଥିଲେ। ଇତିମଧ୍ୟରେ ଏଭଳି ୨୬୭୯ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ ୧୯୩ ଜଣ ଛାତ୍ରଛାତ୍ରୀ ମାସିକ ୧୦,୦୦୦ ଟଙ୍କା ପାଇଆସୁଥିଲେ। ଏହି କଟକଣା ଯୋଗୁଁ ସରକାର ଗତ ଆର୍ଥôକ ବର୍ଷରେ ୩.୨ କୋଟି ଟଙ୍କାର ରାଜସ୍ୱ ବଞ୍ଚାଇ ପାରିଥିଲେ। ଯବାନମାନେ ଦେଶର ନିରାପତ୍ତା ପାଇଁ ବଳିଦାନ ଦେଉଥିବାବେଳେ ସେମାନଙ୍କ ପିଲାଙ୍କ ପଢାଖର୍ଚ୍ଚକୁ ସମ୍ପୂର୍ଣ୍ଣ ଭାବେ ବହନ କରିବା ସରକାରଙ୍କ ପକ୍ଷରେ ସାମାନ୍ୟ ଘଟଣା ହୋଇଥିବାରୁ ଏଭଳି ନିଷ୍ପତ୍ତିକୁ ସାମରିକ କର୍ମଚାରୀମାନେ ସ୍ୱାଗତ କରିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ସୁନିଲ ଲାନ୍‌ବା ଏହି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପତ୍ର ଜରିଆରେ ଅନୁରୋଧ କରିବାପରେ ସରକାର ଉକ୍ତ କଟକଣାକୁ ଉଠାଇ ଦେଇଛନ୍ତି।

Leave A Reply