ମଟନ୍ ବଦଳରେ ଚିକେନ୍ ମିଳିବାରୁ ବାହାଘର ପାଲଟିଲା ରଣକ୍ଷେତ୍ର
![](https://samajalive.in/wp-content/uploads/2019/03/sddefault-2.jpg)
ହାଇଦ୍ରାବାଦ ..- ଏକ ବିବାହ ଭୋଜିରେ ବରପକ୍ଷର ଲୋକଙ୍କୁ ମଟନ ବଦଳରେ ଚିକେନ୍ ପରଷା ଯିବାରୁ ବିବାହ ଭୋଜି ସ୍ଥଳ ରଣ କ୍ଷେତ୍ର ପାଲଟଛି । ଭାଇରାଲ ହୋଇଥିବା ଏକ ଭିଡିଓରେ ଦୁଇ ପକ୍ଷ ଲୋକଙ୍କ ମଧ୍ୟରେ ମାରପିଟ୍ ହେଉଥିବା ଦେଖିବାକୁ ମିଳିଥିଲା । ଦୁଇ ପକ୍ଷର ଲୋକ ପରସ୍ପରକୁ ଚଉକି, ସହ ଟେକା ପଥର ମାଡ କରିଥିଲେ ।
ଦୁଇ ପକ୍ଷ ମାରପିଟ୍ରେ ୧୦୦ ଚଉକି ନଷ୍ଟ ହୋଇଥିବା ବେଳେ ବିବାହ ଭୋଜି ପାଇଁ ରନ୍ଧା ଯାଇଥିବା ସମସ୍ତ ଖାଦ୍ୟ ନଷ୍ଟ ହୋଇଯାଇଥିଲା । ଏଥିରେ ଉଭୟ ପକ୍ଷର ୮ ଜଣ ଗୁରୁତର ହୋଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
![prayash](https://samajalive.in/wp-content/uploads/2024/12/prayash.jpg)
ଦିଲ୍ଲୀରେ କିଛି ଦିନ ତଳେ ଏହି ପରି ଏକ ଘଟଣା ଘଟିଥିଲା । ଏକ ପଞ୍ଚତାରକା ହୋଟେଲ୍ରେ ବିବାହ ଭୋଜି ଚାଲିଥିବା ବେଳେ ବର ପକ୍ଷର ଲୋକ ତାଙ୍କୁ ଥଣ୍ଡା ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଥିଲେ । ପରେ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିଲା । ପରେ ଦୁଇ ପକ୍ଷ ଏକାଠି ହୋଇ ହୋଟେଲ୍ରେ ରୋଷେୟା ଓ ଅନ୍ୟମାନଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଥିଲା । ପରେ ପୁଲିସ୍ ଘଟଣାସ୍ଥଳ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)