www.samajalive.in
Sunday, December 7, 2025
14.1 C
Bhubaneswar

ଏହି କାରଣରୁ ହୋଇଥାଏ ବିବାହରେ ବିଳମ୍ବ.. ଆପଣାନ୍ତୁ ଏହି ସରଳ ଉପାୟ

ବିବାହ ଏକ ପବିତ୍ର ବନ୍ଧନ। ପ୍ରତ୍ୟେକ ଇଚ୍ଛା କରନ୍ତି, ନିଜ ଜୀବନସାଥୀ ସହ ସୁଖମୟ ଜୀବନ ଅତିବାହିତ କରିବା ପାଇଁ। ମାତ୍ର କେତେକ ସମୟରେ ଦେଖାଯାଏ, ଅନେକ ଯୁବକ ଓ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ। ଜାତକରେ ଗ୍ରହ ଦୋଷ ଥିଲେ, ଏହି କାରଣରୁ ବିବାହରେ ବିଳମ୍ବ ହୋଇଥାଏ ବୋଲି କୁହାଯାଏ। ଏହି କାରଣରୁ ଜ୍ୟୋର୍ତିବିଦ୍‌‌ ଗ୍ରହ ଦୋଷ ଦୂର ପାଇଁ ଅନେକ ପ୍ରତିକାର କହିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ସମସ୍ୟା ଦୂର ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଗ୍ରହଙ୍କ ଶୁଭ ପ୍ରଭାବରେ ବିବାହ ଶୀଘ୍ର ଓ ଗ୍ରହଙ୍କ ଅଶୁଭ ପ୍ରଭାବ କାରଣରୁ ବିବାହରେ ବିଳମ୍ବ ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ..
ରାହୁ ଦୋଷ ଦୂର ପାଇଁ ପ୍ରଭୁ ମହାଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏଥିପାଇଁ ନିୟମିତ ଜଳରେ କଳା ରାଶି ମିଶାଇ ଶିବଲିଙ୍ଗରେ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହାସହ ଶନିବାର ଦିନ ପ୍ରବାହିତ ଜଳଧାରାରେ ନଡିଆ ବିସର୍ଜନ କରନ୍ତୁ। ଏହା ଦ୍ୱାରା ରାହୁଙ୍କ ପ୍ରଭାବ କମ୍‌‌ ହୋଇଥାଏ।
ସେହିପରି କେତୁଙ୍କ ପ୍ରଭାବରେ ଗୁପ୍ତ ଶତ୍ରୁ ସହ ଶୁଭ କାର୍ଯ୍ୟରେ ବିଳମ୍ବ ହୋଇଥାଏ। ବାଧା ଆସିଥାଏ। ତେଣୁ ଶୁଭ କାର୍ଯ୍ୟ ବିଷୟରେ ସଭିଁଙ୍କୁ ଜଣାନ୍ତୁ ନାହିଁ। କେତୁଙ୍କ ପ୍ରଭାବ ଦୂର ପାଇଁ ସୋମବାର ଓ ଶୁକ୍ରବାର ପ୍ରଭୁ ଶିବଶଙ୍କରଙ୍କୁ ବିଧିରେ ପୂଜାର୍ଚ୍ଚନା କରନ୍ତୁ।
ଶନିଙ୍କ ଶୁଭ ପ୍ରଭାବ ପାଇଁ ଗୋଟା ବିରି,ଲୁହା, କଳାରାଶି, କମ୍ବଳ ଆଦି ଜିନିଷର ଦାନ କରନ୍ତୁ। ଏହାଦ୍ୱାରା ବିବାହରେ ଥିବା ବାଧା ଦୂର ହୋଇଥାଏ।
ଜାତକରେ ମଙ୍ଗଳ ଦୋଷ ଦୂର ପାଇଁ ଲାଲ ରଙ୍ଗ ଜିନିଷର ଦାନ କରନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories