www.samajalive.in
Saturday, December 6, 2025
15.1 C
Bhubaneswar

ମାର୍କେଟ୍ ବିଲ୍ଡିଂରେ ଆକ୍ରମଣ ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ

ଭୁବନେଶ୍ବର: ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାରେ କମିଶନରେଟ୍ ପୁଲିସ ୩ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ଲାଗୁ କରିଛି। ୩ ଅଭିଯୁକ୍ତ ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଶ କହଁରଙ୍କ ନାଁରେ ଏନଏସଏ ଅଧିନରେ ମାମଲା ରୁଜୁ ହୋଇଛି। ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ସର୍ବସାଧାରଣରେ ହିଂସା, ଆଇନଶୃଙ୍ଖଳା ଭଙ୍ଗ ଭଳି ସଙ୍ଗୀନ ଦଫା ଲାଗିଛି। ସେମାନଙ୍କ ନାଁରେ ଦଙ୍ଗା ମାମଲା ରୁଜ୍ଜୁ ହୋଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୧୦ ତାରିଖ ସମୟ ସନ୍ଧ୍ୟା ୬ଟା ୩୦ମିନିଟ୍ ସମୟରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଉଠା ଦୋକାନୀଙ୍କୁ ମନ ଇଚ୍ଛା ପିଟିଥିଲେ। ଏହା ସହିତ ମନଇଛା ଦୋକାନ ଭାଙ୍ଗିଚାଲିଥିଲେ। ଖାଲି ଦୋକାନ ଭାଙ୍ଗୁନଥିଲେ, ସାମ୍ନାରେ ଯିଏ ଆସିଲା ତାକୁ ମଧ୍ୟ ପିଟିଥିଲେ। ଏଥିରେ ୨ ଜଣ ପୁଲିସ କର୍ମଚାରୀଙ୍କ ସହ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଜାନୁଆରୀ ୯ ତାରିଖରେ ଜଣେ ମହିଳା ଘଣ୍ଟା କିଣିବାକୁ ଆସିଥିବାବେଳେ ଘଣ୍ଟା ଦାମ୍‌କୁ ନେଇ ଦେକାନୀଙ୍କ ସହ ବଚସାରୁ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଥିଲା। ମାମଲା ଥାନାକୁ ଯାଇ ସମାଧାନ ମଧ୍ୟ ହୋଇଥିଲା। ପରେ ପ୍ରତିଶୋଧ ପାଇଁ ଦୁର୍ବୃତ୍ତମାନେ ପୁଣି ଆତଙ୍କ ସୃଷ୍ଟି କରିଥିଲେ।

- Advertisement -

ଏନଏସଏ କ’ଣ?

କୌଣସି ବ୍ୟକ୍ତି ଆଇନ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବାରେ ବାଧା ଦେଲେ କିମ୍ବା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଉପୁଜିଲେ ତାଙ୍କୁ ଏନଏସଏ ବଳରେ ଗିରଫ କରାଯାଇ ପାରିବ। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ୩ ମାସ ପର୍ଯ୍ୟନ୍ତ ଜେଲରେ ରଖାଯିବ। ପରେ ଆବଶ୍ୟକ ଅନୁସାରେ ତିନି-ତିନି ମାସ ଲେଖାଏଁ ଗିରଫ ଅବଧି ବୃଦ୍ଧି କରାଯାଇ ପାରିବ। ଏହି ଆଇନ ଅନୁସାରେ ସର୍ବାଧିକ ୧୨ ମାସ ତାଙ୍କୁ ଜେଲରେ ରଖାଯାଇ ପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories