www.samajalive.in
Saturday, December 6, 2025
15.1 C
Bhubaneswar

‘କରୋନା’ କବଳରେ ୪ ଭାରତୀୟ ନର୍ସ

ନୂଆଦିଲ୍ଲୀ/ରିୟାଧ: ଚୀନରେ ଆତଙ୍କ ଖେଳାଇଥିବା ‘କରୋନା’ ଭାଇରସ କବଳରେ ଆସିଛନ୍ତି ୪ ଜଣ ଭାରତୀୟ ନର୍ସ। ଏହି ନର୍ସମାନେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସମ୍ପୃକ୍ତ ନର୍ସମାନେ ଏବେ ଭାରତରେ ନାହାନ୍ତି। ସେମାନେ ବର୍ତ୍ତମାନ ସାଉଦୀ ଆରବରେ ରହିଛନ୍ତି। ସେଠାରେ ସେମାନେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ସ୍ବତନ୍ତ୍ର ଅବରଜଭେଶନରେ ରଖାଯାଇଛି।

ଆକ୍ରାନ୍ତ ମହିଳା ନର୍ସଙ୍କ ମଧ୍ୟରୁ ଜଣଙ୍କ ଘର କେରଳର କୋଟ୍ଟାୟମ ଅନ୍ତର୍ଗତ ଏଟ୍ଟୁମାନୁରରେ। ସେ ସାଉଦୀ ଆରବର ଆଭାସ୍ଥିତ ଏଆଇ ହାୟତ ନ୍ୟାଶନାଲ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ତାଙ୍କ ସହିତ ସେହି ହସ୍ପିଟାଲରେ କାର୍ଯ୍ୟରତ ଅନ୍ୟ ୩ ଭାରତୀୟ ନର୍ସଙ୍କୁ ଅନ୍ୟ ଏକ ହସ୍ପିଟାଲର ଆଇସୋଲେଶନ ୱାର୍ଡରେ ରଖାଯାଇଛି। ସୂଚନା ଅନୁସାରେ, କେରଳର ନର୍ସ ଜଣକ ଫିଲିପାଇନ୍ସର କରୋନା ଭାଇରସରେ ଆକ୍ରାନ୍ତ ଜଣେ ରୋଗୀଙ୍କ ଚିକିତ୍ସା କରିବା ସମୟରେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories