www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ ……..

ବହୁ ସମୟରେ ଏପରି ହୋଇଥାଏ ଆମ ଅଜାଣରେ କିଛି ଖାଦ୍ୟ ଖାଇବା ପରେ ଅନ୍ୟ ଖାଦ୍ୟକୁ ମଧ୍ୟ ଖାଇଥାଉ ଅଥବା ପିଇଥାଉ। ମାତ୍ର ଭୋଜନ କରିବା ସମୟରେ କେତେକ ନିୟମ ଉପରେ ଗୁରୁତ୍ୱ ଦେବା ନିତ୍ୟାନ୍ତ ଆବଶ୍ୟକ। ବିପରୀତ ଗୁଣ ଥିବା ବିଭିନ୍ନ ପ୍ରକାରର ଭୋଜନକୁ ଏକାସହ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। କେଉଁ ଖାଦ୍ୟ ସହ କେଉଁ ଖାଦ୍ୟକୁ ଏକତ୍ରିତ ଖାଇବା ଉଚିତ ଓ ଉଚିତ ନୁହେଁ ସେ ବିଷୟରେ ଧ୍ୟାନ ଦେଲେ ଆମେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇ ପାରିବା। ଜାଣନ୍ତୁ ଏହା ବିଷୟରେ….
କ୍ଷୀର ଚା’ ପିଇବା ସମୟରେ ତା’ସହ କୌଣସି ଲୁଣିଆ ଖାଦ୍ୟଦ୍ରବ୍ୟ ଖାଆନ୍ତୁ ନାହିଁ।
ହରଡ଼ ଡ଼ାଲି ଖାଇବା ପରେ ସଙ୍ଗେ ସଙ୍ଗେ କ୍ଷୀର ପିଇବା ଉଚିତ ନୁହେଁ।
ସବୁଜ ପନିପରିବା କିମ୍ବା ମୂଳା ଖାଇବା ପରେ ମଧ୍ୟ କ୍ଷୀର ପିଇବା ଉଚିତ ନୁହେଁ।
କ୍ଷୀର ପିଇବା ସମୟରେ କୌଣସି ଫଳ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଫଳର ପୋଷକକୁ ଶୋଷଣ କରିଥାଏ। ତେଣୁ କ୍ଷୀର ପିଇବା ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ।
ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ଅଧିକ ଥାଏ ସେମାନେ ମଧ୍ୟ ଆମିଷ, ପନିର ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ।
କ୍ଷୀର ପିଇବା ସମୟରେ କିଛି ବିଶେଷ ଫଳ ଯେପରି କମଳା, ଅଙ୍ଗୁର, ଲେମ୍ବୁ, ଲିଚି, ଖଟା ଫଳ ଏହାସହ କଦଳୀ ଓ କ୍ଷୀରକୁ ଏକତ୍ରିତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଯେଉଁମାନଙ୍କର ଥଣ୍ଡାଜନିତ ସମସ୍ୟା ଥାଏ ସେମାନଙ୍କ ପାଇଁ ଅଧିକ କ୍ଷତିକାରକ । ଏହା କଫର ମାତ୍ରା ବୃଦ୍ଧି କରିଥାଏ।
କ୍ଷୀର ସହ ଦହି ଏକତ୍ରିତ ଖାଇବା ଉଚିତ ନୁହେଁ।
ଦହି ସହ କୌଣସି ଖଟା ଫଳ ଖାଇବା ଉଚିତ ନୁହେଁ।
ଛଣାଛଣି ଖାଦ୍ୟ ଖାଇ ସଙ୍ଗେ ସଙ୍ଗେ କ୍ଷୀର ପିଇବା କିମ୍ବା ଦହି ଖାଇବା ଅନୁଚିତ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories