www.samajalive.in
Tuesday, December 9, 2025
17.1 C
Bhubaneswar

ମାତିଲେ ମାଓବାଦୀ: ଜାଳିଦେଲେ ଠିକାଦାରଙ୍କ ୬ ଗାଡ଼ି

ବେଶ୍ କିଛି ଦିନର ନିରବତା ପରେ ମାଲକାନଗିରି ସୀମାନ୍ତବର୍ତୀ ଛତିଶଗଡ଼ରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ସୁକୁମା ଜିଲାରେ ମାଓବାହିନୀ ରାସ୍ତା କାମ କରୁଥିବା ଜଣେ ଠିକାଦାରଙ୍କ ୬ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ପୂର୍ବରୁ ସମ୍ପୃକ୍ତ ଠିକାଦାରଙ୍କୁ କୋତଣାଗର ରାସ୍ତା କାମ ବନ୍ଦ କରିବା ପାଇଁ ମାଓବାହିନୀ ଚେତାବନୀ ଦେଇଥିଲା । ମାତ୍ର ଠିକାଦାର ତାହାକୁ ମାନି ନ ଥିଲେ ।

ଗତକାଲି ରାତିରେ ପ୍ରାୟ ୧୦ରୁ ଅଧିକ ମାଓବାଦୀ ରାସ୍ତା କାମ ହେଉଥିବା ସ୍ଥାନରେ ପହଞ୍ଚିଥିଲେ । ସେଠାରେ ଠିକାଦାରଙ୍କ ମୁନସୀ ଓ ଜଗୁଆଳୀଙ୍କୁ କ୍ୟାମ୍ପରୁ ବାହାରି ଯିବାକୁ ନିର୍ଦେଶ ଦେଇଥିଲେ । ଠିକା କାମରେ ଲାଗିଥିବା ଲୋକମାନେ ଭୟରେ ସେଠାରୁ ପଳାଇଥିଲେ । ଏହାପରେ ମାଓବାଦୀମାନେ ଗାଡ଼ିଗୁଡ଼ିକରୁ ଡ଼ିଜେଲ ବାହାର କରି ଗାଡ଼ି ଉପରେ ଢ଼ାଳି ଦେଇଥିଲେ ସ ନିଆଁ ଲଗାଇ ଦେଇଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଆଜି ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories