www.samajalive.in
Sunday, December 14, 2025
17.1 C
Bhubaneswar

କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡି ମାଓବାଦୀ ରାହୁଲ ମୁସାକି

ଫୁଲବାଣୀ: କନ୍ଧମାଳ ପୁଲିସ ନିକଟରେ ଆଜି ଜଣେ ଛତିଶଗଡି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ରାହୁଲ ମୁସାକି ଓରଫ ପିଣ୍ଟୁ (୨୪)। ରାହୁଲଙ୍କ ନିଜ ଘର ଛତିଶଗଡ଼ ସୁକୁମା ଜିଲ୍ଲାର କାନ୍ତା ଥାନା ଅନ୍ତର୍ଗତ ଜେଗ୍ରୁଗୁଣ୍ଡା ପଞ୍ଚାୟତ ତଲତ ଗ୍ରାମ। ରାହୁଲ ୮ମ ଶ୍ରେଣୀ ପଢୁଥିବା ବେଳେ ମାଓବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ୨୦୧୫ ମସିହାରେ ଲାଲ ବାହିନୀର ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନରେ ଯୋଗ ଦେଇଥିଲେ। ପରେ ୨୦୧୭ ମସିହାରୁ କେକେବିଏନ ସଂଗଠନର ସଦସ୍ୟ ଭାବେ କନ୍ଧମାଳ ଜିଲ୍ଲାରେ ରହି ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ଗତ ବର୍ଷମାନଙ୍କରେ ଜିଲ୍ଲାରେ ଘଟିଥିବା ଅନେକ ମାଓବାଦୀ ଘଟଣାରେ ତାଙ୍କର ସଂପୃକ୍ତି ଥିବା ପୁଲିସ ଅନୁମାନ କରୁଛି।

ଆଜି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରଓ୍ବ।ଲଙ୍କ ନିକଟରେ ଆତ୍ମସମର୍ପଣ କରିଛି ରାହୁଲ। ମାଓବାଦୀଙ୍କ କାର୍ଯ୍ୟକଳାପକୁ ଜନବିରୋଧୀ ବୋଲି ଆତ୍ମସମର୍ପଣ କରିବା ପରେ କହିଛନ୍ତି ରାହୁଲ। ସେମାନେ ବିକାଶକୁ ବିରୋଧ କରିବା ସହିତ ନିଜ ସ୍ବାର୍ଥ ପାଇଁ ନିରୀହ ଆଦିବାସୀମାନଙ୍କୁ ବ୍ୟବହାର କରୁଛନ୍ତି। ପୁଲିସ ଇନଫର୍ମର କହି ଅଯଥାରେ ସେମାନଙ୍କୁ ହତ୍ୟା କରାଯାଉଛି। ମାଓ ସଂଗଠନର ଏଭଳି କାର୍ଯ୍ୟ ପ୍ରତି ବିମୁଖ ହୋଇ ସେ ଲାଲବାହିନୀ ତ୍ୟାଗ କରିଥିବା ପ୍ରକାଶ କରିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ଓ ମୂଖ୍ୟସ୍ରୋତକୁ ଆସୁଥିବା ମାଓବାଦୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜରେ ଆକର୍ଷିତ ହୋଇ ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି। ସରକାରଙ୍କ ଯୋଜନା ଅନୁଯାୟୀ ତାଙ୍କୁ ଶିକ୍ଷାର ସୁବିଧା ସହ ଘର ଓ ଧନ୍ଦାମୂଳକ ତାଲିମ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଏ ଅବସରରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସପି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଆହ୍ୱାନ ଅନୁଯାୟୀ ମାଓବାଦୀମାନଙ୍କୁ ସମାଜର ମୂଖ୍ୟସ୍ରୋତକୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରୱ।ଲ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories