www.samajalive.in
Wednesday, December 10, 2025
16.1 C
Bhubaneswar

ମାଓବାଦୀଙ୍କ ଲାଲ ତାଣ୍ଡବ; ବିଧାୟକଙ୍କୁ ଗୁଳି କରି ହତ୍ୟା

ବିଶାଖପାଟଣା: କିଛି ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ଲାଲ ତାଣ୍ଡବ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ଦୁଇ ଜଣ ଲୋକ ପ୍ରତିନିଧିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଟିଡିପି ବିଧାୟକ କେ.ସର୍ବେଶ୍ବର ରାଓ ଏବଂ ପୂର୍ବତନ ଟିଡିପି ବିଧାୟକ ଶିବେରି ସୁମାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଡୁମୁରିଗୁଡାରେ ଏକ ବିବାହ ଭୋଜିରେ ଯୋଗଦେଇ ଫେରୁଥିବା ବେଳେ ତଟାଙ୍ଗୀ ନିକଟରେ ପ୍ରାୟ ୬୦  ଜଣ ମାଓବାଦୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ମାଓନେତା ରାମକୃଷ୍ଣ ଓ ଦଳପତିଙ୍କ ନେତୃତ୍ତ୍ବରେ ନକ୍ସଲମାନେ ଏହି ସଙ୍ଘବଦ୍ଧ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଓଡିଶାରେ ହାଇ ଆଲର୍ଟ ଜାରି

- Advertisement -

ଆନ୍ଧ୍ରପ୍ରଦେଶର ଏହି ଘଟଣା ପ​‌ରେ ଓଡିଶାରେ ହାଇଆଲର୍ଟ ଜାରି କରାଯାଇଛି । ଓଡିଶାର ଆଇଜି(ଅପରେସନ୍) ଆରପି କୋଚେଙ୍କ ସୂଚନା ଅନୁଯାୟୀ ଓଡିଶା ସୀମାନ୍ତରେ ବିଏସଏପ, ସିଆରପିଏଫ, ଏସଓଜି ଯବାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ସାଧାରଣତଃ ନକ୍ସଲମାନେ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇଲା ପରେ ପଡୋଶୀ ରାଜ୍ୟର ସୀମା ଅତିକ୍ରମ କରି ଚାଲିଯିବାର ଦୃଷ୍ଟାନ୍ତ ରହିଛି । ଆନ୍ଧ୍ରପ୍ରଦେଶରେ ହତ୍ୟାକାଣ୍ଡ ପରେ ନକ୍ସଲମାନେ ଦକ୍ଷିଣ ଓଡିଶାକୁ ଅନୁପ୍ରବେଶ କରିବାର ଆଶଙ୍କା କରାଯାଉଛି ।

ଟିଡିପି ବିଧାୟକ କେ.ସର୍ବେଶ୍ବର ରାଓ ଏବଂ ପୂର୍ବତନ ଟିଡିପି ବିଧାୟକ ଶିବେରି ସୁମାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା  କରିବା ଖବର ପ୍ରସାରିତ ହେବା ପରେ  ତାଙ୍କର ସମର୍ଥକମାନେ ସେଠାରେ ଥିବା ଆରକୁ ଥାନାକୁ ଜାଳି ଦେଇଥିବା ସୂଚନା ମିଳିଛି । ଏହା ସହ ଶବକୁ ରାସ୍ତାରେ ରଖି ରାସ୍ତା ରୋକ କରିଥିଲେ ।ପୁଲିସ ଏମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବାରେ ଅସମର୍ଥ ହେବାରୁ ମାଓବାଦୀମାନେ ଏହି ଦୁଇ ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories