www.samajalive.in
Saturday, December 6, 2025
19.1 C
Bhubaneswar

ଆରମ୍ଭ ହେଲା ‘ଆୟୁଷ୍ମାନ ଭାରତ’: ଉପକୃତ ହେବେ ୫୦ କୋଟି

ରାଞ୍ଚି: ବିଶ୍ୱର ସର୍ବବୃହତ୍‍ ସରକାରୀ ସ୍ୱାସ୍ଥ୍ୟ ସେବା ଯୋଜନା ‘ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୩ ତାରିଖରୁ ଦେଶର ୪୪୫ଟି ଜିଲ୍ଲାରେ ଏକା ସହିତ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ଦ୍ୱାରା ୫୦କୋଟି ଲୋକ ଉପକୃତ ହେବେ ବୋଲି ସରକାରୀ ଭାବେ କୁହାଯାଇଛି। ଏହି ଯୋଜନା ବିଷୟରେ ଜାଣିବା ପାଇଁ ଲୋକମାନେ ଦେୟମୁକ୍ତ ନଂ ୧୪୫୫୫ରେ ଯୋଗାଯୋଗ କରିପାରିବେ।
ଝାଡ଼ଖଣ୍ଡର ରାଞ୍ଚିଠାରେ ଏହି ମେଗା ଯୋଜନାର ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଆୟୁଷ୍ମାନ ଭାରତ ଏକ ‘ଗେମ୍‍ ଚେଞ୍ଜର’ ଭାବେ ସାବ୍ୟସ୍ତ ହେବ। ଏହି ଯୋଜନାରେ ଉପକୃତ ହେବାକୁ ଥିବା ହିତାଧିକାରୀଙ୍କ ସଂଖ୍ୟା ଆମେରିକା, କାନାଡ଼ା ଓ ମେକ୍ସିକୋର ମିଳିତ ଜନସଂଖ୍ୟାଠାରୁ ମଧ୍ୟ ଅଧିକ। କେହି କେହି ଏହାକୁ ‘ମୋଦି କେୟାର’ ନାମରେ ଅଭିହିତ କରିଛନ୍ତି। କିନ୍ତୁ ମୋ ପାଇଁ ଏହି ଯୋଜନା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ସମର୍ପିତ ସର୍ବୋତ୍କୃଷ୍ଟ ଯୋଜନା।
ଏହି ଯୋଜନାର ଲୋକାର୍ପଣ ଉତ୍ସବ ଅବସରରେ ଆୟୋଜିତ ସମାବେଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ରଘୁବର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳର ୮୫.୯% ପରିବାର ଓ ସହରାଞ୍ଚଳରେ ବାସ କରୁଥିବା ୮୨% ପରିବାର ସ୍ୱାସ୍ଥ୍ୟ ସେବା ବୀମା ଯୋଜନାରେ ସାମିଲ୍‍ ହୋଇପାରିନାହାନ୍ତି। ଏହି ଯୋଜନାର ପ୍ରମୁଖ ଉଦ୍ୟୋକ୍ତା ନିତି ଆୟୋଗର ସଦସ୍ୟ ଭି କେ ପଲ୍‍ଙ୍କ ସୂଚନା ଅନୁଯାୟୀ, ଆୟୁଷ୍ମାନ ଭାରତ ପାଇଁ କେନ୍ଦ୍ର ସରକାର ୩,୫୦୦ କୋଟି ଟଙ୍କା ଅତିରିକ୍ତ ବୋଝ ମୁଣ୍ଡାଇବେ। ଏହି ଯୋଜନାରେ ୧୦ କୋଟି ପରିବାରର ୫୦ କୋଟି ଲୋକଙ୍କ ବର୍ଷକୁ ୫ ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯିବ। ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗରିବ ହିତାଧିକାରୀଙ୍କୁ ଏହି ସୁବିଧା ଉପଲବ୍ଧ ହେବ।

କେଉଁମାନେ ପାଇବେ ସୁବିଧା

ହିତାଧିକାରୀଙ୍କୁ ବଞ୍ଚିତ ବର୍ଗ ଆଧାରରେ ଚୟନ କରାଯିବ। ଏଥିପାଇଁ ଡି – ୧ଠାରୁ ଆରମ୍ଭ କରି ଡି-୭ ପର୍ଯ୍ୟନ୍ତ ବର୍ଗୀକରଣ କରାଯାଇଛି। ଏଥିସହିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ଏଥିରେ ସାମିଲ୍‍ କରାଯିବ। ଯୋଜନାରେ ପରିବାର ସଦସ୍ୟ ସଂଖ୍ୟା କିମ୍ବା ବୟସ ପାଇଁ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ଧାର୍ଯ୍ୟ କରାଯାଇନାହିଁ। ହିତାଧିକାରୀ ପାଇଁ ଆଧାର ଜରୁରୀ ନୁହେଁ। ଭୋଟର ପରିଚୟପତ୍ର କିମ୍ବା ରାସନ କାର୍ଡ ଦେଖାଇ ଏହି ଯୋଜନାରେ ସାମିଲ୍‍ ହୋଇପାରିବେ। ରୋଗୀଙ୍କ ସହାୟତା ପାଇଁ ସରକାରୀ ଓ ସରକାରୀ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ଆୟୁଷ୍ମାନ ହେଲ୍ପ ଡେକ୍ସ କାମ କରିବ।

- Advertisement -

ଯୋଜନାରେ ସାମିଲ୍‍ ହୋଇ ନଥିବା ରାଜ୍ୟ

୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଯୋଜନାରେ ସାମିଲ୍‍ ହେବା ପାଇଁ କେନ୍ଦ୍ର ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଥିବା ବେଳେ ଓଡ଼ିଶା, ତେଲେଙ୍ଗାନା, ଦିଲ୍ଳୀ, କେରଳ ଓ ପଞ୍ଜାବ ସାମିଲ୍‍ ହୋଇନାହାନ୍ତି। ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ୧୫,୬୮୬ଟି ଡାକ୍ତରଖାନା ଆବେଦନ କରିଥବା ବେଳେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରର ୮,୭୩୫ଟି ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୨୮୦ଟି ଡାକ୍ତରଖାନାରେ ଏହି ଯୋଜନାକୁ ସାମିଲ୍‍ କରାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories