www.samajalive.in
Wednesday, December 10, 2025
16.1 C
Bhubaneswar

ବହୁ ରୋଗରୁ ମୁକ୍ତି ଦେଇଥାଏ ଆମ୍ବପତ୍ର

ଆମ୍ବର ଉପକାରିତା ବିଷୟରେ ତ ଆପଣ ବହୁତ ଶୁଣିଥିବେ, ହେଲେ କ’ଣ ଆପଣ ଜାଣନ୍ତି ଯେ, ଆମ୍ବପତ୍ରର ମଧ୍ୟ ଖୁବ୍‍ ଉପକାରୀ ଗୁଣ ରହିଛି। ତେବେ ଚାଲନ୍ତୁ ଜାଣିବା ଏହାର ବ୍ୟବହାର କିପରି ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ –
– ଆମ୍ବପତ୍ରକୁ ଖରାରେ ଶୁଖାଇ ତା’ର ପାଉଡ଼ର୍‍ ପ୍ରସ୍ତୁତ କରନ୍ତୁ। ପ୍ରତ୍ୟେକଦିନ ଏହି ପାଉଡ଼ରରୁ ଏକ ଚାମଚ ଲେଖାଏଁ ଖାଆନ୍ତୁ। ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରିତ ରହିଥାଏ।
– ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ତେବେ ଆମ୍ବପତ୍ରକୁ ସିଝାନ୍ତୁ। ଏହି ସିଝା ପାଣିକୁ ଗାଧୋଇବା ପାଣିରେ ମିଶାଇ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ।
– ଆଜ୍‍ମା ସମସ୍ୟା ଥିଲେ, ଆମ୍ବପତ୍ରକୁ ଫୁଟାଇ କାଢା ପ୍ରସ୍ତୁତ କରି ପିଅନ୍ତୁ। ଏହାଦ୍ୱାରା ସମସ୍ୟାରୁ ମୁକ୍ତି ମିଳିଥାଏ।
– ଆମ୍ବପତ୍ର ହିକ୍କା କମାଇବାରେ ମଧ୍ୟ ସହାୟକ ହୋଇଥାଏ। ଯଦି ଆପଣଙ୍କୁ ହିକ୍କା ଦେଉଛି ଓ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ହେଉନାହିଁ, ତାହେଲେ ଆମ୍ବପତ୍ରକୁ ସିଝାଇ ସେହି ପାଣିକୁ ତଣ୍ଟି ପାଖରେ ଗଳଗଳ କରନ୍ତୁ। ଏପରି କରିବା ଦ୍ୱାରା ଖୁବ୍‍ଶୀଘ୍ର ଉପଶମ ମିଳିଥାଏ।
– ପୋଡ଼ି ଯାଇଥିବା ସ୍ଥାନରେ ଆମ୍ବପତ୍ରର ପାଉଁଶ ଲଗାଇବା ଦ୍ୱାରା ଯନ୍ତ୍ରଣା ବା ଜଳା ପୋଡ଼ାରୁ ରକ୍ଷା ମିଳିଥାଏ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories