www.samajalive.in
Sunday, December 7, 2025
23.1 C
Bhubaneswar

ମାଓ କ୍ୟାମ୍ପ ଠାବ: ବିପୁଳ ପରିମାଣର ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ

ନୂଆପଡ଼ା/ବୋଡ଼େନ: ଅନେକ ଦିନର ବ୍ୟବଧାନ ପରେ ପୁଣି ନୂଆପଡ଼ା ଜିଲାରେ ମାଓବାଦୀ ଉପସ୍ଥିତି ଜାହିର କରିଛନ୍ତି। ବୋଡ଼େନ ଥାନା ଭଇଁସାଦାନୀ ପଞ୍ଚାୟତ ପାଟଦରା ଜଙ୍ଗଲରେ ଅପରେସନ୍‌ ସମୟରେ ସିଆର୍‌ପିଏଫ୍‌ ଦ୍ୱାରା ଏକ ମାଓ କ୍ୟାମ୍ପ ଠାବ ସହ ବିପୁଳ ପରିମାଣର ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି। ଶନିବାର ଅପରେସନ ସମୟରେ ପାଟଦରା ଅନ୍ତର୍ଗତ ଭଇଁଷମୁଣ୍ଡି ଜଙ୍ଗଲରେ ଏକ ମାଓକ୍ୟାମ୍ପ ଥିବା ସୂଚନା ପାଇ ଯବାନମାନେ ଚଢ଼ଉ କରିଥିଲେ।

- Advertisement -

ଏହି କ୍ୟାମ୍ପରୁ ୩୩ଟି ବିଦ୍ୟୁତ ଡିଟୋନେଟର୍‌, ଗୋଟିଏ ପିସ୍ତଲ, ୫ଟି ରାଇଫଲ୍‌, ୩ଟି ରାଇଫଲ ବ୍ୟାରେଲ, ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ବାସନ, ବିଦ୍ୟୁତ ଭୋଲ୍‌ଟାମିଟର, ୧୨ ଭୋଲଟ୍‌ ବିଦ୍ୟୁତ ଚାର୍ଜର, ବ୍ୟାଟେରୀ କଣ୍ଟେନର୍‌, ମାଓ ସାହିତ୍ୟ ସହ ୧୭ଟି ସିଡି ଓ ଡିଭିଡି ଜବତ ହୋଇଛି। ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଅମୃତ ସିଂ ଓ ଊଷା ସିଂଙ୍କ ନେତୃତ୍ୱରେ ସିଆର୍‌ପିଏଫ୍‌ ଯବାନ ଏହି ସଫଳତା ପାଇଛନ୍ତି। ସୂଚନାଯୋଗ୍ୟ, ବୋଡ଼େନ ବ୍ଲକର ମାଓପ୍ରବଣ ଭଇଁସାଦାନୀ ପଞ୍ଚାୟତରେ ମାଓ ଗତିବିଧି ପ୍ରତିରୋଧ ପାଇଁ ଭଇଁସାଦାନୀଠାରେ ସିଆର୍‌ପିଏଫ୍‌ ୨୧୬ ବାଟାଲିୟନ୍‌ କ୍ୟାମ୍ପ ସ୍ଥାପିତ ହୋଇଛି। ସିଆର୍‌ପିଏଫ୍‌ ଡେପୁଟି କମାଣ୍ଡେଟ ନରେନ୍ଦ୍ର ସିଂ ଙ୍କ କହିବା ଅନୁସାରେ କମ୍ବିଂକୁ ଆହୁରି ଜୋରଦାର କରାଯାଇଛି। ଏପରିକି ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories