www.samajalive.in
Monday, December 15, 2025
24.1 C
Bhubaneswar

କୁଏତ ରେଡିଓରେ ହିନ୍ଦୀ ଭାଷାର କାର୍ଯ୍ୟକ୍ରମ ପ୍ରସାରଣ, ଧନ୍ୟବାଦ ଜଣାଇଲେ ମୋଦୀ

ଡେସ୍କ: ମନ କି ବାତ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅଡିଓ କ୍ଲିପ ଶୁଣାଇଥିଲେ ଓ କହିଥିଲେ, ଏହା କୁଏତ ରେଡିଓର ଏକ ପ୍ରସାରଣର କ୍ଲିପ୍। ବାସ୍ତବରେ କୁଏତ ସରକାର ନିଜ ରାଷ୍ଟ୍ରୀୟ ରେଡିଓରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଉ ତାହା ମଧ୍ୟ ହିନ୍ଦୀରେ। କୁଏତ ରେଡିଓରେ ପ୍ରତି ରବିବାର ଅଧଘଣ୍ଟା ପାଇଁ ଏହା ପ୍ରସାରିତ ହୋଇଥାଏ। ଏଥିରେ ଭାରତୀୟ ସଂସ୍କୃତିର ଅସଂଖ୍ୟ ରଙ୍ଗ ରହିଛି। କଳା ଜଗତ ସହ ଜଡ଼ିତ ଆମର ଚଳଚ୍ଚିତ୍ର ଏବଂ ଆଲୋଚନା ସେଠାକାର ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ବହୁତ ଲୋକପ୍ରିୟ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏପରିକି କୁଏତର ସ୍ଥାନୀୟ ଲୋକମାନେ ମଧ୍ୟ ଏଥିପାଇଁ ବହୁତ ଆଗ୍ରହ ଦେଖାଉଛନ୍ତି ବୋଲି କୁହାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଚମତ୍କାର ପଦକ୍ଷେପ ଗ୍ରହଣ କରିଥିବାରୁ ଶ୍ରୀ ମୋଦୀ କୁଏତ ସରକାର ଏବଂ ସେଠାକାର ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories