ଭୁବନେଶ୍ଵର: ଗତ କିଛି ଦିନ ହେଲା ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏହାରି ଭିତରେ ରାଜ୍ୟ ବିଜେପିର ଏକ ବୈଠକ ମଧ୍ୟ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇଥିଲେ। ଦିଲ୍ଲୀରେ ମନମୋହନ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି କଥା ହୋଇଥିଲେ। ଏହାସହ ଦଳର ରାଷ୍ଟ୍ରୀୟ ସମ୍ପାଦକ ବି ଏଲ ସନ୍ତୋଷଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ଦିଲ୍ଲୀରୁ ଫେରିବା ପରେ ସେ କହିଛନ୍ତି ଯେ ଦିଲ୍ଲୀ ବୈଠକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କୌଣସି ଆଲୋଚନା ହୋଇନାହିଁ। ଖୁବଶୀଘ୍ର ନୂଆ ସାଙ୍ଗଠନିକ କମିଟି ହେବ। ନୂଆ କମିଟିରେ କିଛି ନୂଆ ଚେହେରା ଆସିପାରନ୍ତି । ଅଭିଜ୍ଞତା ଆଧାରରେ ମନ୍ତ୍ରୀ ପଦ ମିଳିବ ।
Popular Categories



