www.samajalive.in
Friday, December 5, 2025
26.1 C
Bhubaneswar

ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘ଲହରୀ’

ଭୁବନେଶ୍ବର: କଲିକତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହେବା ସହ ବିଚାରକ ତଥା ସମାଲୋଚକଙ୍କ ପ୍ରଶଂସା ସାଉଁଟି ଥିବା ‘ଲହରୀ’ ତାର ସଫଳତାର ଯାତ୍ରା ଜାରି ରଖିଛି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରେ ଆସନ୍ତା ମାସରେ ହେବାକୁ ଥିବା ‘ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବୋର୍ଣ୍ଣ’ (ଆଇଏଫଏଫ ଏମ) ପାଇଁ ଅଫିସିଆଲି ମନୋନୀତ ହୋଇଛି। ଭାରତୀୟ ବିବିଧତା, ସୃଜନାତ୍ମକ କଳା ଓ ସାଂସ୍କୃତିକ ବିଭବକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ‘ଆଇଏଫ ଏଫ ଏମ’ର ମୂଳ ଉଦ୍ଦେଶ୍ୟ ରହି ଆସିଛି। ଚଳିତ ବର୍ଷ ଏହାର ୧୬ ତମ ସଂସ୍କରଣ ଅନୁଷ୍ଠିତ ହେବ ଯେଉଁଥିରେ ସୁପ୍ରସିଦ୍ଧ ଅଭିନେତା ଆମୀର ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶ୍ରେଷ୍ଠ ବିବେଚିତ ବିଭିନ୍ନ ଆଞ୍ଚଳିକ ସିନେମା ଏଠାରେ ପ୍ରଦର୍ଶିତ ହେବାକୁ ଥିବା ବେଳେ ‘ଲହରୀ’ର ମନୋନୟନ ବିଶେଷ ଗୁରୁତ୍ୱ ରଖେ। ଓଡିଶା ପାଇଁ ଏହା ନିଶ୍ଚୟ ଗର୍ବ ଓ ଗୌରବର ବିଷୟ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନା କରିଛନ୍ତି ଓଡ଼ିଶାର ସ୍ୱନାମଧନ୍ୟ ଯୁବ ନିର୍ମାତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ସ୍ୱସ୍ତିକ ଚୌଧୁରୀ, ଜେଇନଵ ଡୋଇୟର ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ସଙ୍ଗୀତ ଦେଇଛନ୍ତି କିଶଳୟ ରୟ। କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ ଓ ନବ୍ୟା ଜାଇତି। ଶବ୍ଦସଜ୍ଜାରେ ଅଛନ୍ତି ଅଦୀପ ସିଂ ମାଣିକ। ଝିଲିକ ମୋସନ ପିକ୍ଚର୍ସ ନିବେଦିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସହିତ କାହାଣୀ, ଗୀତ ରଚନା, ନୃତ୍ୟ ନିର୍ଦ୍ଦେଶନା ଓ ସମ୍ପାଦନାର ଗୁରୁ ଦାୟିତ୍ୱ ମଧ୍ୟ ଆମର୍ତ୍ତ୍ୟ ନିର୍ବାହ କରିଛନ୍ତି।

ଦୁର୍ଲ୍ଲଭ ରାଜଯୋଗ :ଏହି ରାଶିଙ୍କ ଉପରେ ବର୍ଷିବ ଶନି-ଶୁକ୍ରଙ୍କ କୃପା, ହଠାତ୍‌ ହେବେ ଧନୀ, କିଣିବେ ଘର,ଗାଡି..

ବଢିଲା ସାମ୍ବାଦିକଙ୍କ ପେନ୍‌ସନ୍‌ – ସରକାରଙ୍କ ବଡ ଘୋଷଣା

- Advertisement -

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories